ଲିଙ୍ଗାଗଡ଼ ଠାରେ ଆମ ଗାଁ ଆମ ତହସିଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

10


ଜି.ଉଦୟଗିରି,୧୯/୦୮ (ଅବନୀ କୁମାର ପ୍ରଧାନ): ଜି.ଉଦୟଗିରି ତହସିଲ ଅନ୍ତର୍ଗତ ଲିଙ୍ଗାଗଡ ରାଜସ୍ୱ ଗ୍ରାମ ଏବଂ କତିଙ୍ଗିଆ ଗ୍ରାମ ଠାରେ ରାଜସ୍ୱ କାର୍ଯ୍ୟାଳୟ ତରଫରୁ ଆମ ଗାଁ ଆମ ତହସିଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଏହି କାର୍ଯ୍ୟକ୍ରମ ରେ ଜି.ଉଦୟଗିରି ତହସିଲଦାର ସମୁଦ୍ର ମିଶ୍ର ଯୋଗ ଦେଇ ୫୭ ଜଣ ଙ୍କୁ ପଟ୍ଟା ପ୍ରଦାନ କରିଥିଲେ । ୧୯ ଟି ବିବାଦୀୟ ଜମି ଗୁଡ଼ିକ ର ଶୁଣାଣି କରିଥିଲେ ଓ ୨୭ଟି ଜବରଦଖଲ ଜମି ଅଭିଯୋଗ ର ସମାଧାନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ତହସିଲଦାର ଦେବାଶିଷ ଜେନା,ରାଜସ୍ୱ ରାଜସ୍ୱ ନିରୀକ୍ଷକ କୁଳମଣି ସାହାଣୀ, ଏଆରଆଇ ନିକେସ କୁମାର ସାହୁ,ଅମିନ ପ୍ରତିଭା ମଞ୍ଜରୀ ବେହେରା ଏବଂ ଶୁଭଶ୍ରୀ ପ୍ରଧାନ,ଡିଇଓ ସତ୍ୟବାନ ପ୍ରଧାନ ପ୍ରମୁଖ ଯୋଗ ଦେଇ ସହଯୋଗ କରିଥିଲେ ।ରାଜସ୍ୱ ବିଭାଗ ସ୍ଥାନୀୟ ଅଞ୍ଚଳବାସୀ ଙ୍କ ନିକଟକୁ ଯାଇ ଗ୍ରାମବାସୀଙ୍କୁ ଏପରି ସେବା ଯୋଗାଇ ଦେଇଥିବାରୁ ଗ୍ରାମବାସୀ କୃତଜ୍ଞତା ଜଣାଇଥିଲେ । କାର୍ଯ୍ୟକ୍ରମ ଶେଷରେ ଅତିରିକ୍ତ ତହସିଲର ଦେବାଶିଷ ଜେନା ଉପସ୍ଥିତ ସମସ୍ତ ଜନସାଧାରଣ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.