ଖଲ୍ଲିକୋଟର ଅବସରପ୍ରାପ୍ତ ସେନା ପାଳିଲେ ୮୦ତମ ସ୍ବାଧିନତା ଦିବସ

9

ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା: ଖଲ୍ଲିକୋଟ ର ଅବସରପ୍ରାପ୍ତ ସ୍ଥଳ ବାହିନୀ, ବାୟୁସେନା ମିଳିତଭାବେ ୮୦ତମ ସ୍ବାଧୀନତା ଦିବସ ମହାଆଡମ୍ବରରେ ପାଳନ କରିଛନ୍ତି | ଜଗନ୍ନାଥ ମନ୍ଦିର ରୁ ରୋଡ଼ ମାର୍ଚ୍ଚୀଙ୍ଗ୍ କରି, ପହଞ୍ଚିଥିଲେ ଖଲ୍ଲିକୋଟ ବସ୍ ଷ୍ଟାଣ୍ଡ ରେ ଥିବା ମହାତ୍ମା ଗାନ୍ଧୀ ଙ୍କ
ପ୍ରତିମୂର୍ତ୍ତି ନିକଟରେ | ଏମାନଙ୍କ ସହ ଯୋଡି ହୋଇ ଥିଲେ ଶ୍ରୀ ମର୍ଦ୍ଦରାଜ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଓ ସରସ୍ଵତୀ ଶିଶୁ ମନ୍ଦିରର ର ଛାତ୍ର ଛାତ୍ରୀ ମାନେ ବୋଲି ଜଣାପଡିଛି।

ସେଠାରେ ବାପୁଜୀ ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ଦେଇ ,ସ୍ବ ସ୍ଥାନକୁ ରୋଡ଼ ମାର୍ଚ୍ଚିଙ୍ଗ୍ କରି ପ୍ରତ୍ୟାବର୍ତ୍ତନ କରି ଥିଲେ ବୋଲି ଜଣାପଡିଛି। ଅବସର
ପ୍ରାପ୍ତ ସେନା ମାନଙ୍କ ମଧ୍ୟରେ ଥିଲେ କେଵିଏସ୍ ସଭାପତି ଅବସର ପ୍ରାପ୍ତ କର୍ଣ୍ଣେଲ୍ କିଶୋର କୁମାର ବିଷୋୟୀ, ବାୟୁସେନା ହେମନ୍ତ କୁମାର ଜେନା, ଗୋପାଳ ଚନ୍ଦ୍ର ପଲେଇ, ପୂର୍ଣ୍ଣ ଚନ୍ଦ୍ର ଖାଡଙ୍ଗା, ରତ୍ନାକର ଦାଶ, ଗିରୀଶ ଚନ୍ଦ୍ର ପ୍ରଧାନ, ରଙ୍କନାଥ ବେହେରା, ସୁରେଶ କୁମାର ଦାଶ ବୃନ୍ଦାବନ ସାହୁ, ପିତାମ୍ବର ସାହୁ, ପ୍ରକାଶ ସାହୁ , ତ୍ରିନାଥରାଉଳ , ମହେନ୍ଦ୍ର ପ୍ରଧାନ,ପ୍ରତାପ ବେହେରା , ଶିବରାମ ବେହେରା, ପ୍ରଦୀପ କୁମାର ବେହେରା , ଗୁରୁଚରଣ ରାଉତ, ସୁଦର୍ଶନ ମୁଦୁଲି ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ସହଯୋଗ କରିଥିଲେ ଖଲ୍ଲିକୋଟ ଜନସାଧାରଣ |

Leave A Reply

Your email address will not be published.