ସମାଜସେବା ପାଇଁ ସମ୍ମାନିତ ହେଲା “ସହୟୋଗ” ଅନୁଷ୍ଠାନ।

48


ପଦ୍ମପୁର/ଶିବାଶିଷ ପଟ୍ଟନାୟକ : – ୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ପଦ୍ମପୁର ଉପଖଣ୍ଡସ୍ତରୀୟ ପ୍ୟାରେଡ୍‌ରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ “ସହୟୋଗ” ଅନୁଷ୍ଠାନ କୁ ସମ୍ମାନିତ କରାଯାଇଛି।ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ସରୋଜିନୀ ପ୍ରସନ୍ନ କୁଲ୍ଲୁ ଏବଂ ସମ୍ମାନିତ ଅତିଥି ଶ୍ରୀଯୁକ୍ତ ହେମସାଗର ଭୋଇ ସହୟୋଗ ଅନୁଷ୍ଠାନକୁ ମାନପତ୍ର ସହ ସ୍ୱର୍ଗତ ମହେନ୍ଦ୍ର ଷଡ଼ଙ୍ଗୀ ମେମୋରିଆଲ ରନିଙ୍ଗ ସିଲ୍ଡ ପ୍ରଦାନ କରିଥିଲେ।
ସ୍ୱାଧୀନତା ଦିବସ ପରି ଏକ ଗରିମାମୟ ମଞ୍ଚରେ ଏହି ସମ୍ମାନ ମିଳିବା ଅନୁଷ୍ଠାନର ସମସ୍ତ ସଦସ୍ୟଙ୍କ ପାଇଁ ଗୌରବର ବିଷୟ ହୋଇଛି। ଏହି ସମ୍ମାନ ଆଗାମୀ ଦିନରେ ଅନୁଷ୍ଠାନକୁ ଆହୁରି ଉତ୍ସାହିତ କରିବା ସହ ଅଧିକରୁ ଅଧିକ ସମାଜସେବା ଓ ଜନକଲ୍ୟାଣମୂଳକ କାର୍ଯ୍ୟ ଜାରି ରଖିବାକୁ ପ୍ରେରଣା ଯୋଗାଇବ ବୋଲି
ସମ୍ପାଦକ ତାପସ କୁମାର ନାୟକ କହିଛନ୍ତି।

Leave A Reply

Your email address will not be published.