ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଏଲଏସଏ), ଗଜପତି ପକ୍ଷରୁ ଆଜି ( ଶନିବାର ) ବୃଷଭ ଗ୍ରାମପଞ୍ଚାୟତ ସମ୍ମିଳନୀ କକ୍ଷରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଜିଲ୍ଲା ଜଜ୍ ତଥା ଡିଏଲଏସଏ , ଗଜପତିର ଅଧ୍ୟକ୍ଷ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଏବଂ ଡିଏଲଏସଏର ସଚିବ ଶ୍ରୀ ବିମଳ ରାଉଳଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ନାଲସା (ଦାରିଦ୍ର୍ୟ ନିବାରଣ ଯୋଜନାର ଫଳପ୍ରଦ କାର୍ଯ୍ୟକାରିତା) ସ୍କିମ୍–୨୦୧୫ ଏବଂ ମହମ୍ମଦ ଆହମଦ ଖାନ ବନାମ ସାହ ବାନୋ ବେଗମ୍ ଓ ଅନ୍ୟାନ୍ୟ (Criminal Appeal No.103 of 1981) ମାମଲାର ଐତିହାସିକ ରାୟ ସମ୍ପର୍କରେ ବିସ୍ତୃତ ସଚେତନତା ସୃଷ୍ଟି କରାଯାଇଥିଲା।
ବକ୍ତାମାନେ ଦରିଦ୍ର ଓ ଦୁର୍ବଳ ବର୍ଗଙ୍କ ପାଇଁ ମାଗଣା ଆଇନ ସହାୟତାର ସୁବିଧା ଏବଂ ମହିଳାଙ୍କ ଭରଣପୋଷଣ ସମ୍ବନ୍ଧୀୟ ଆଇନଗତ ଅଧିକାର ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ।
କାର୍ଯ୍ୟକ୍ରମରେ ଶ୍ରୀ ବିମଳ ରାଉଳ , ସଚିବ , ଡିଏଲଏସଏ , ଗଜପତି; ଶ୍ରୀ ରାଜେଶ କୁମାର ମିଶ୍ର , ପି. ପି , ଜିଲ୍ଲା କୋର୍ଟ , ଗଜପତି; ଶ୍ରୀ ପ୍ରଶାନ୍ତ ପାଲାକା , Sub-inspector , ସେରଙ୍ଗ ଥାନା ; ଶ୍ରୀ ପ୍ରାଣ ରଞ୍ଜନ ନାୟକ , ମନୋବିଜ୍ଞାନୀ ଓ ସମାଜସେବୀ , ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ , ପାରଳାଖେମୁଣ୍ଡି ; ଶ୍ରୀମତୀ ପ୍ରଣତି ରଇତ , ସରପଞ୍ଚ , ବୃଷଭ ଗ୍ରାମପଞ୍ଚାୟତ ; ଶ୍ରୀ ଚୌଧୁରୀ ଶିବ , ଏଡିଇଓ , ବୃଷଭା ଗ୍ରାମପଞ୍ଚାୟତ ଏବଂ ଶ୍ରୀ ଦୟା ପାଲାକା , ସମାଜସେବୀ , ଆଲଡା ଉପସ୍ଥିତ ରହି ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ସ୍ଥାନୀୟ ଜନସାଧାରଣ ଯୋଗଦେଇ ଆଇନ ସମ୍ପର୍କିତ ବିଭିନ୍ନ ବିଷୟରେ ସଚେତନ ହୋଇଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post