ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଡାକ ବିଭାଗର ଅଭିନବ ପ୍ରୟାସ: ଭଞ୍ଜନଗର ସେଣ୍ଟ ଜାଭିୟର୍ସ ହାଇସ୍କୁଲ ରେ ଆୟୋଜିତ ହୋଇଛି‘ଇ-ପୋଷ୍ଟ ଓ ପାର୍ସଲ ତିଆରି’ ପ୍ରତିଯୋଗିତା

0
  • ​ଛାତ୍ରଛାତ୍ରୀଙ୍କ ହାତତିଆରି ଉପହାର ଓ ଶୁଭେଚ୍ଛା ପତ୍ର ପୋଷ୍ଟ ଅଫିସ ଜରିଆରେ ପହଞ୍ଚିବ ପିତାମାତାଙ୍କ ପାଖରେ;

  • “ରଥଯାତ୍ରା ପରେ ପରେ ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଭଞ୍ଜନଗର ସେଣ୍ଟ ଜାଭିୟର୍ସ ହାଇସ୍କୁଲ ସିନିୟର୍ ସେକେଣ୍ଡେରୀ ଛାତ୍ରଛାତ୍ରୀମାନେ ଡାକ ବିଭାଗ ସହ ମିଶି ନିଜ ପିତାମାତାଙ୍କ ପାଇଁ ପ୍ରସ୍ତୁତ କରିଲେ ସ୍ୱତନ୍ତ୍ର ଇ-ପୋଷ୍ଟ ଓ ଉପହାର ପାର୍ସଲ!

  • କୃତୀ ପ୍ରତିଯୋଗୀଙ୍କୁ ମିଳିଲା ଆକର୍ଷଣୀୟ ଟ୍ରଫି ଓ ପ୍ରମାଣପତ୍ର।

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ:​ଭାରତ ସରକାରଙ୍କ ଯୋଗାଯୋଗ ମନ୍ତ୍ରଣାଳୟ ଅଧୀନସ୍ଥ ଭଞ୍ଜନଗର ମୁଖ୍ୟ ପୋଷ୍ଟମାଷ୍ଟରଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଅର୍ଥାତ୍ ଜୁଲାଇ ମାସ ୧୮ ତାରିଖ ଶନିବାର ୨୦୨୬ ଦିନ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ବାହୁଡ଼ା ଯାତ୍ରା ପୂର୍ବରୁ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତାର ବିକାଶ ପାଇଁ ଏକ ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆସ୍କା ଡିଭିଜନର କର୍ଣ୍ଣଲ୍ ଦିଲିପ୍ କୁମାର ବେହେରା ଡାକ ଅଧ୍ୟିଷକ ଙ୍କ ନିର୍ଦେଶ ଓ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଭଞ୍ଜନଗରର ଡହ ରୋଡ଼ ରେ ଥିବା ପ୍ରତିଷ୍ଠିତ ସେଣ୍ଟ୍ ଜାଭିୟର୍ସ ହାଇସ୍କୁଲ ସିନିୟର୍ ସେକେଣ୍ଡେରୀ ଇଂରାଜୀ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ରେ ଏହି ସରକାରୀ କାର୍ଯ୍ୟକ୍ରମ “ବାହୁଡ଼ା ଯାତ୍ରା ଇ-ପୋଷ୍ଟ୍ ଓ ରଥଯାତ୍ରା ଉପଲକ୍ଷେ ଭେଟି ପାର୍ଶଲ୍ ପ୍ରତିଯୋଗିତା ଆୟୋଜିତ ହୋଇଛି।
​ଆଜି ୧୮ ଜୁଲାଇ ୨୦୨୬ (ଶନିବାର) ଦିନ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ସୁବିଧାଜନକ ସମୟ ଅନୁଯାୟୀ ଏହି ‘ଇ-ପୋଷ୍ଟ ଏବଂ ପାର୍ସଲ ତିଆରି’ ପ୍ରତିଯୋଗିତା ଆୟୋଜନ ବିଦ୍ୟାଳୟର ଅଧ୍ୟକ୍ଷା (Principal) ଶ୍ରୀମତୀ ସୁନନ୍ଦିନୀ ସାହୁ ଙ୍କ ଉପସ୍ଥିତି ରେ ହୋଇଛି। ଏଥିରେ ବିଦ୍ୟାଳୟ ର ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ଯୂକ୍ତ ଦୁଇ କକ୍ଷା ପର୍ଯ୍ୟନ୍ତ ଅନେକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଉକ୍ତ ପ୍ରତିଯୋଗିତା କୁ ସଂପୂର୍ଣ୍ଣ ରୁପେ ଆୟୋଜିତ ଓ ପରିଚାଳନା କରିଥିଲେ ଭଞ୍ଜନଗର ଉପ ଡାକ ମଣ୍ଡଳର ବିଜିନେସ୍ ଏଜକ୍ୟୁଟିଭ୍ ଅଫିସର ସୁମନ ସଂଗିତ ପଟ୍ଟନାୟକ।

​ଏହି ପ୍ରତିଯୋଗିତାକୁ ମୁଖ୍ୟତଃ ଦୁଇଟି ଭାଗରେ ବିଭକ୍ତ କରାଯାଇଥିଲା ଏବଂ ଏଥିପାଇଁ ସରକାରଙ୍କ ଦ୍ୱାରା ସ୍ୱଳ୍ପ ଅଂଶଗ୍ରହଣ ଫି’ ମଧ୍ୟ ଧାର୍ଯ୍ୟ କରାଯାଇଛି। ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା (ଭଲ, ବହୁତ ଭଲ ଏବଂ ସର୍ବୋତ୍ତମ) ବିଜେତାମାନଙ୍କୁ ଯୋଗାଯୋଗ ମନ୍ତ୍ରଣାଳୟ, ଡାକ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପ୍ରଶଂସା ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇଛି। ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ମୂଖ୍ୟ ଡାକଘର ତଥା ଆସ୍କା ଡିଭିଜନ୍ ର ଡାକ ଅଧ୍ୟିଷକ କର୍ଣ୍ଣଲ୍ ଦିଲିପ୍ କୁମାର ବେହେରା । ଏବଂ ସଭାପତି ଭାବେ ଉକ୍ତ ବିଦ୍ୟାଳୟର ପ୍ରିନ୍ସପାଲ୍ ଶ୍ରୀମତୀ ସୁନନ୍ଦିନୀ ସାହୁ ଯୋଗଦାନ କରିଥିଲେ। ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଅନୁଷ୍ଠିତ ହୋଇଥିବା ରଥଯାତ୍ରା ଇ-ପୋଷ୍ଟ୍ ଏବଂ ପାର୍ଶଲ୍ ପ୍ରତିଯୋଗିତା ରେ ଯୋଗଦାନ କରିଥିଲେ, ଆସ୍କା ଡାକ ମଣ୍ଡଳର ,ବି.ଇ ସୁଭ୍ରକାନ୍ତ ପାତ୍ର, ବିଷ୍ଣୁ ପ୍ରସାଦ ସେଠୀ, ସୂର୍ଯ୍ୟ ନାରାୟଣ ସେଠୀ,ଆନନ୍ଦ ବେହେରା ଙ୍କ ସହିତ ଗ୍ରାମ ଡାକ ସେବକ ମୁକେସ ଗୈ। ଡ଼, ସୁତିଶ୍ରୀ ପଟ୍ଟନାୟକ, ସ୍ୱାଗତିକା ବେହେରା,ଅଙ୍କିତ ଆରୁଖ, ବିଶ୍ଵଜିତ ଦାସ, ସନ୍ୟାସୀ ପଣ୍ଡା ଓ ରାଜ୍ କିଶୋର ଗୈ। ଡ଼। ଏହି ଆୟୋଜିତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଇ-ପୋଷ୍ଟ ଏବଂ ପାର୍ସଲ ବୁକିଂ ହେବା ପରେ, ସେମାନଙ୍କୁ ବିଭାଗ ପକ୍ଷରୁ ଅଂଶଗ୍ରହଣ ଫି’ ବାବଦକୁ ସରକାରୀ ଡାକ ରସିଦ ପ୍ରଦାନ କରାଯିବ ବୋଲି ଏଥିରେ କୁହାଯାଇଛି। ​ଏହି ସଫଳ ଆୟୋଜନ ପାଇଁ ଡାକ ବିଭାଗ ପକ୍ଷରୁ ସେଣ୍ଟ୍ ଜାଭିୟର୍ସ ହାଇସ୍କୁଲ କୁ ମଧ୍ୟ ଏକ ସ୍ୱତନ୍ତ୍ର ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା।
ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆୟୋଜକଙ୍କ ମତରେ ଏହାକୁ ସମ୍ପୂର୍ଣ୍ଣ ପ୍ରାଞ୍ଜଳ ରୁପେ ବାଖ୍ୟା କରି କହିଥିଲେ
ଯେ, ​ପ୍ରତିଯୋଗିତାରେ ପ୍ରେରକ (Sender) ଭାବେ ଛାତ୍ର/ଛାତ୍ରୀଙ୍କ ନାମ, ଶ୍ରେଣୀ ଏବଂ ସ୍କୁଲର ନାମ ରହିବ। ଏହି ସମସ୍ତ ଇ-ପୋଷ୍ଟ ଏବଂ ଉପହାର ପାର୍ସଲଗୁଡ଼ିକୁ ପିଲାମାନେ ନିଜ ନିଜ ପିତାମାତାଙ୍କ ବୈଧ ଠିକଣାରେ ପଠାଇବେ। ଡାକ ବିଭାଗର ବିଭାଗୀୟ ଡାକପାଳ ଏବଂ ଜିଡିଏସ୍ (GDS) କର୍ମଚାରୀମାନେ ସେହିସବୁ ସାମଗ୍ରୀକୁ ସୁରକ୍ଷିତ ଭାବେ ସମ୍ପୃକ୍ତ ଅଭିଭାବକଙ୍କ ନିକଟରେ ପହଞ୍ଚାଇବେ।
​ଏହିପରି ଭାବରେ ଆଜି ସମଗ୍ର ପ୍ରତିଯୋଗିତାର ସଫଳ ପରିଚାଳନା ଏବଂ ତଦାରଖ ପାଇଁ ଡାକ ବିଭାଗ ପକ୍ଷରୁ ଓ ଉକ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ କେ.ଶଙ୍କର ଆଚାରୀ,ଗଣେଶ ଡାକୁଆ, ସଂଗିତା ଚୈ।ଧୁରୀ ଓ ଅନ୍ୟ କର୍ମକର୍ତ୍ତା ମାନଙ୍କ ସହଯୋଗ ରେ ହୋଇପାରିଥିଲା

Leave A Reply

Your email address will not be published.