ଚଳିତ ବର୍ଷା ଋତୁରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ବିତରଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କଲା ଟିପିଡବ୍ଲୁଓଡିଏଲ୍

0
  •  କମ୍ପାନୀର ବିତରଣ କ୍ଷେତ୍ରରେ ୩,୪୨୬ଟି ମଧ୍ୟବର୍ତ୍ତୀ ଖୁଣ୍ଟ ସ୍ଥାପନ କରାଯାଇ ଭିତ୍ତିଭୂମିର ଅଧିକ ସୁଦୃଢ଼ୀକରଣ ।

  •  ୧୦ଟି ମୋବାଇଲ୍ ଡିଟିଆର୍, ୧୭ଟି ମ୍ୟାନ୍ ଲିଫ୍ଟର୍ ଓ ୫ଟି ଆସ୍କା ଲାଇଟ୍ ୟୁନିଟ୍ ସହ ଜରୁରୀକାଳୀନ ଟିମ୍ ପ୍ରସ୍ତୁତ ।

ବୁର୍ଲା, ୩ ଜୁଲାଇ ୨୦୨୬: ଚଳିତ ବର୍ଷା ଋତୁରେ ବିଦ୍ୟୁତ୍ ବିତରଣ ବ୍ୟବସ୍ଥାରେ ସୃଷ୍ଟି ହେବାକୁ ଥିବା ଆହ୍ୱାନ ଗୁଡ଼ିକକୁ ଦୃଷ୍ଟିରେ ରଖି ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯାଇଅଛି । ଭିତ୍ତିଭୂମିର ଉନ୍ନତୀକରଣ, ପ୍ରତିଷେଧକ ରକ୍ଷଣାବେକ୍ଷଣ ଏବଂ ବ୍ୟାପକ ବର୍ଷାକାଳୀନ ପ୍ରସ୍ତୁତି ମାଧ୍ୟମରେ ବର୍ଷା ଋତୁରେ ନିରବଚ୍ଛିନ୍ନ, ସୁରକ୍ଷିତ ଓ ନିର୍ଭରଯୋଗ୍ୟ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ।

ଚଳିତ ବର୍ଷା ଋତୁରେ ବିଦ୍ୟୁତ୍ ବିତରଣ ବ୍ୟବସ୍ଥାର ସ୍ଥିରତା ବଜାୟ ରଖିବା ପାଇଁ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ସମସ୍ତ କାର୍ଯ୍ୟକ୍ଷେତ୍ରରେ ବ୍ୟାପକ ପ୍ରତିଷେଧକ ରକ୍ଷଣାବେକ୍ଷଣ କାର୍ଯ୍ୟ ସମ୍ପନ୍ନ କରାଯାଇଛି । ଏଥିଲାଗି ବିଭିନ୍ନ ୩୩ କେ.ଭି., ୧୧ କେ.ଭି. ଏବଂ ଲୋ-ଟେନସନ୍ ବିଦ୍ୟୁତ୍ ଲାଇନର ଯାଞ୍ଚ, କ୍ଷତିଗ୍ରସ୍ତ ଖୁଣ୍ଟ, ଇନସୁଲେଟର, ଜମ୍ପର ଓ ଅନ୍ୟାନ୍ୟ ଉପକରଣର ପରିବର୍ତ୍ତନ ସହ ବିଦ୍ୟୁତ୍ ଲାଇନ୍ ନିକଟବର୍ତ୍ତୀ ଗଛର ଡାଳ କାଟିବା କାର୍ଯ୍ୟ କରାଯାଇଛି । ଯାହାଦ୍ୱାରା ପ୍ରତିକୂଳ ପାଣିପାଗ ଯୋଗୁଁ ବିଦ୍ୟୁତ୍ ବିଭ୍ରାଟର ସମ୍ଭାବନା ହ୍ରାସ ପାଇପାରିବ।
ସେହିପରି କମ୍ପାନୀ ପକ୍ଷରୁ ସମଗ୍ର କାର୍ଯ୍ୟକ୍ଷେତ୍ରରେ ୩,୪୨୬ଟି ମଧ୍ୟବର୍ତ୍ତୀ ଖୁଣ୍ଟ ସ୍ଥାପନ କରାଯାଇଛି । ଏହାସହ ସାଧାରଣ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମଗ୍ର ବିଦ୍ୟୁତ୍ ବିତରଣ ବ୍ୟବସ୍ଥାରେ ସ୍ୱତନ୍ତ୍ର ଇଲେକ୍ଟ୍ରିକାଲ୍ ଲିକେଜ୍ ଟେଷ୍ଟିଂ ଡ୍ରାଇଭ୍ କରାଯାଇ ସମ୍ଭାବ୍ୟ ଲିକେଜ୍ ସ୍ଥାନଗୁଡ଼ିକୁ ଚିହ୍ନଟ ଓ ସମାଧାନ କରାଯାଇଛି ।

ବର୍ଷାଜନିତ ବିଦ୍ୟୁତ୍ ବିଭ୍ରାଟର ତୁରନ୍ତ ସମାଧାନ ପାଇଁ କମ୍ପାନୀ ପକ୍ଷରୁ ସମଗ୍ର କାର୍ଯ୍ୟକ୍ଷେତ୍ରରେ ସ୍ୱତନ୍ତ୍ର ଜରୁରୀକାଳୀନ ଟିମ୍ ମୁତୟନ କରାଯାଇଛି । ସେମାନଙ୍କ ନିକଟରେ ପୋଲ୍, ଟ୍ରାନ୍ସଫର୍ମର, କଣ୍ଡକ୍ଟର, ଇନସୁଲେଟର ଓ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି । ଏହାବ୍ୟତୀତ ୧୦ଟି ମୋବାଇଲ୍ ଡିଟିଆର୍, ୫ଟି ଆସ୍କା ଲାଇଟ୍ ୟୁନିଟ୍ ଏବଂ ୧୭ଟି ମ୍ୟାନ୍ ଲିଫ୍ଟର୍ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଥିବା ବେଳେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ମାଧ୍ୟମରେ ସମଗ୍ର ବ୍ୟବସ୍ଥାର ନିରନ୍ତର ତଦାରଖ କରାଯାଉଛି ।

ଏହାସହ ସମ୍ବଲପୁର, ହୀରାକୁଦ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବିଦ୍ୟୁତ୍ ବିତରଣ ବ୍ୟବସ୍ଥାର ଆଧୁନିକୀକରଣ ପାଇଁ ମା’ ଶକ୍ତିନଗର, ପ୍ରଧାନପଡ଼ା, ବୁଢ଼ାରାଜା ହିଲ୍ଟପ୍, ଖେତରାଜପୁର ମାର୍କେଟ୍, ଚିତ୍ରଗୁପ୍ତ, ହୀରାକୁଦର ଚକ୍ରବର୍ତ୍ତୀପଡ଼ା ଏବଂ ଝଙ୍କାରପଡ଼ା, ଜାମଯୋରୀ ଓ ବୈଷ୍ଣବଝୁଲି ଗ୍ରାମରେ ଏକାଧିକ ନେଟୱର୍କ ସୁଦୃଢ଼ୀକରଣ ପ୍ରକଳ୍ପ ସଫଳତାର ସହ ସମ୍ପନ୍ନ କରାଯାଇଛି । ଏହି ପ୍ରକଳ୍ପଗୁଡ଼ିକ ଅଧୀନରେ ୭ କିଲୋମିଟରରୁ ଅଧିକ ଇନସୁଲେଟେଡ୍ ଏବି କେବୁଲ୍ ବିଛାଯିବା ସହ ନୂତନ ବିଦ୍ୟୁତ୍ ଖୁଣ୍ଟ ସ୍ଥାପନ କରାଯାଇଛି ।

ଏହି ସମସ୍ତ ପ୍ରକଳ୍ପ ମାଧ୍ୟମରେ ନିମ୍ନ ଭୋଲଟେଜ୍, ବାରମ୍ବାର ଫ୍ୟୁଜ୍ ସମସ୍ୟା, କ୍ଷତିଗ୍ରସ୍ତ କଣ୍ଡକ୍ଟର ଓ ବିଦ୍ୟୁତ୍ ବିଭ୍ରାଟ ଭଳି ଦୀର୍ଘଦିନର ସମସ୍ୟାର ସମାଧାନ ହୋଇପାରିଛି । ଫଳସ୍ୱରୂପ ଶହ ଶହ ପରିବାର, ବ୍ୟବସାୟିକ ପ୍ରତିଷ୍ଠାନ ଓ ସରକାରୀ ସଂସ୍ଥା ଉନ୍ନତ ବିଦ୍ୟୁତ୍ ଗୁଣବତ୍ତା, ସ୍ଥିର ଭୋଲଟେଜ୍ ଏବଂ ଅଧିକ ନିର୍ଭରଯୋଗ୍ୟ ବିଦ୍ୟୁତ୍ ସେବାର ସୁବିଧା ପାଉଛନ୍ତି ।

ଏ ସମ୍ପର୍କରେ ଟିପିଡବ୍ଲୁଓଡିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା କହିଛନ୍ତି, “ଆମର ପ୍ରାଥମିକତା ହେଉଛି ଗ୍ରାହକଙ୍କୁ ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ପ୍ରଦାନ କରିବା । ବିଦ୍ୟୁତ୍ ବିତରଣ ବ୍ୟବସ୍ଥାର ଆଧୁନିକୀକରଣ, ନିୟମିତ ରକ୍ଷଣାବେକ୍ଷଣ ଓ ସୁଦୃଢ଼ ଜରୁରୀକାଳୀନ ପ୍ରସ୍ତୁତି ମାଧ୍ୟମରେ ଆମେ ଆମର ବିଦ୍ୟୁତ୍ ବ୍ୟବସ୍ଥାକୁ ଆହୁରି ସକ୍ଷମ କରିଛୁ । ଏହା ଫଳରେ ବର୍ଷା ଋତୁରେ ଯେକୌଣସି ବିଭ୍ରାଟର ଶୀଘ୍ର ସମାଧାନ ସହ ଗ୍ରାହକଙ୍କୁ ଉନ୍ନତମାନର ସେବା ପ୍ରଦାନ ସମ୍ଭବ ହେଉଛି ।”

ଚଳିତ ବର୍ଷା ଋତୁରେ ସମସ୍ତ ଉପଭୋକ୍ତାଙ୍କୁ ସତର୍କ ରହିବାକୁ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ଅନୁରୋଧ କରାଯାଇଛି । ଛିଣ୍ଡି ପଡ଼ିଥିବା ବିଦ୍ୟୁତ୍ ତାର, କ୍ଷତିଗ୍ରସ୍ତ ଖୁଣ୍ଟ କିମ୍ବା ବିଦ୍ୟୁତ୍ ଉପକରଣକୁ ସ୍ପର୍ଶ ନ କରିବା ସହ ବିଦ୍ୟୁତ୍ ସରବରାହ କିମ୍ବା ସୁରକ୍ଷା ସମ୍ବନ୍ଧୀୟ କୌଣସି ସମସ୍ୟା ଦେଖାଦେଲେ ତୁରନ୍ତ ୧୯୧୨ କିମ୍ବା ଟୋଲ୍-ଫ୍ରି ହେଲ୍ପଲାଇନ୍ ୧୮୦୦-୨୦୨୮ରେ ଯୋଗାଯୋଗ କରିବାକୁ କମ୍ପାନୀ ପକ୍ଷରୁ ଅପିଲ୍ କରାଯାଉଅଛି ।

Leave A Reply

Your email address will not be published.