କାଶୀପୁର, ୨୩/୦୬: ରାୟଗଡା ଜିଲ୍ଲା କାଶୀପୁର ବ୍ଲକ କୋଡ଼ପାରି ପଞ୍ଚାୟତ ଅନ୍ତର୍ଗତ ଆଡଜାଲ ଗ୍ରାମର ଡମେନ ମାଝୀ (୩୮)ଙ୍କ ଅଂଶୁଘାତ ଯୋଗୁଁ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଗତ ୧୭ ଜୁନ ବୁଧବାର ଦିନ ପ୍ରାୟ ୧୨.୩୦ ମିନିଟ୍ ସମୟରେ ସେ ଘର ଦାଣ୍ଡରେ ଥିବାବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ସେହିଦିନ ପ୍ରବଳ ଖରା ଓ ଗରମ ଅନୁଭୂତ ହେଉଥିଲା।
ପରିବାର ଲୋକ ଓ ଗ୍ରାମବାସୀମାନେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲକୁ ନେବାକୁ ଚେଷ୍ଟା କରିଥିଲେ। ହେଲେ ଗ୍ରାମକୁ ଯାତାୟାତ ସୁବିଧା ଓ ରାସ୍ତା ସମସ୍ୟା ଥିବାରୁ ଚିକିତ୍ସାଳୟରେ ପହଞ୍ଚିବାରେ ବିଳମ୍ବ ହୋଇଥିଲା। ମେଡିକାଲରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ମୃତ ଡମେନ ମାଝୀଙ୍କ ପରିବାରରେ ସ୍ତ୍ରୀ ଦାହାଈମା ମାଝୀ, ଦୁଇ ପୁଅ ଓ ବୃଦ୍ଧା ମା’ ରହିଛନ୍ତି। ବଡ଼ ପୁଅ କାମେଶ୍ୱର ମାଝୀ ଷଷ୍ଠ ଶ୍ରେଣୀରେ ଏବଂ ସାନ ପୁଅ ଧନଚିତ୍ତ ମାଝୀ ତୃତୀୟ ଶ୍ରେଣୀରେ ପଢ଼ୁଛନ୍ତି। ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପରିବାର ଏବେ ଗଭୀର ଆର୍ଥିକ ସଙ୍କଟରେ ପଡ଼ିଛି।
ଘଟଣା ସମୟରେ ଗ୍ରାମର ସାଦ ମାଝୀ, ଆସାଙ୍ଗ ମାଝୀ, ରୂପସିଂ ମାଝୀ, ନୀଳା ମାଝୀ ଓ ସ୍ତ୍ରୀ ଦାହାଈମା ମାଝୀ ଉପସ୍ଥିତ ଥିବା ଜଣାପଡ଼ିଛି। ସ୍ୱାମୀଙ୍କ ଅକାଳ ବିୟୋଗ ପରେ ଦୁଇ ପୁଅଙ୍କ ଭବିଷ୍ୟତ ଓ ପରିବାରର ଜୀବିକା ନେଇ ସ୍ତ୍ରୀ ଦାହାଈମା ମାଝୀ ଚିନ୍ତାରେ ରହିଛନ୍ତି। ଅଂଶୁଘାତ ଯୋଗୁଁ ମୃତ୍ୟୁ ହୋଇଥିବା ଦର୍ଶାଇ ପରିବାର ପକ୍ଷରୁ ସରକାରଙ୍କ ନିକଟରେ ଆର୍ଥିକ ସହାୟତା ଓ ପରିବାରର ପୁନର୍ବାସ ପାଇଁ ଦାବି କରାଯାଇଛି।
Sign in
Sign in
Recover your password.
A password will be e-mailed to you.