ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କେନ୍ଦ୍ରପଡା ଜିଲ୍ଲା ତିଖିରି ପଞ୍ଚାୟତର ମହିଳା ସରପଞ୍ଚ ଚାମେଲି ଓଝାଙ୍କ ପ୍ରତି ହୋଇଥିବା ଦୁର୍ବବ୍ୟହାର , ମାଡ଼ ମରାଯିବା ଏବଂ ମିଥ୍ୟା ମାମଲାରେ ଗିରଫ କରାଯିବା ଆଦିକୁ ନେଇ ରାଜ୍ୟ ସରପଞ୍ଚ ସଂଘର ଆହ୍ବାନ କ୍ରମେ ଗଜପତି ଜିଲ୍ଲା ସରପଞ୍ଚ ସଂଘର ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ଗଜପତି ଜିଲ୍ଲା ସରପଞ୍ଚ ସଂଘର ସଭାପତି ସଂଘମିତ୍ରା ଶବରଙ୍କ ନେତୃତ୍ବରେ ଜିଲ୍ଲାର ବିଭିନ୍ନ ପଞ୍ଚାୟତର ସରପଞ୍ଚମାନେ ଏକତ୍ରିତ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଅତିରିକ୍ତ ଜିଲ୍ଲାପାଳ ଫାଲଗୁନୀ ମାଝୀଙ୍କୁ ପ୍ରଦାନ କରିଥିଲେ। ଏନେଇ ସରପଞ୍ଚ ସଂଘ ପକ୍ଷରୁ କୁହାଯାଇଛି ଯେ ଗତ ୧୧/୦୬/୨୦୨୬ ତାରିଖ ଗୁରୁବାର ଦିନ କେନ୍ଦ୍ରପଡ଼ା ଜିଲ୍ଲାର ତିଖିରି ଗ୍ରାମ ପଞ୍ଚାୟତର ମହିଳା ସରପଞ୍ଚ ସୁଶ୍ରୀ ଚମେଲି ଓଝା ଙ୍କୁ ମହାକାଳପଡା ବ୍ଲକ ପ୍ରଶାସନ ଏବଂ ପୋଲିସ ଦ୍ୱାରା ହୋଇଥିବା ଦୁର୍ବବ୍ୟହାର , ଅସଦାଚରଣ ଏବଂ ମାଡ଼ ମାରିଥିବା ଘଟଣାକୁ ଘୋର ନିନ୍ଦା କରୁଛୁ ଏବଂ ଏହି ଘଟଣାରେ ସଂପୃକ୍ତ ଦୋଷୀ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରୁଅଛୁ।
ଯେଉଁ ଦିନ ପର୍ଯ୍ୟନ୍ତ ଉକ୍ତ ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଯାଇଛି ସେ ପର୍ଯ୍ୟନ୍ତ ସରକାରଙ୍କ ସମସ୍ତ କାର୍ଯ୍ୟକ୍ରମରେ ଅସହଯୋଗ କରିବୁ ବୋଲି ପ୍ରଶାସନକୁ ଜଣାଇଛନ୍ତି । ଯଦି ଆଗାମୀ ଦିନରେ ଏହି ଘଟଣାରେ କୌଣସି ଅଗ୍ରଗତି ନହୁଏ ତେବେ ଜିଲ୍ଲାର ସମସ୍ତ ୧୪୯ ପଞ୍ଚାୟତର ସରପଞ୍ଚ ମାନେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳାତ୍ମକ ପନ୍ଥା ଅବଲମ୍ବନ କରିବୁ ବୋଲି ଚେତାଇଦେଇଛନ୍ତି । ଆଜିର ଏହି ବିକ୍ଷୋଭ ପ୍ରଦର୍ଶନରେ ଜିଲ୍ଲା ସରପଞ୍ଚ ସଂଘର ପଦାଧିକାରୀମାନେ ଉପସ୍ଥିତଥିଲେ।
Sign in
Sign in
Recover your password.
A password will be e-mailed to you.