କିମସରେ ୯୦ ବର୍ଷ ବୟସ୍କ ବ୍ୟକ୍ତିଙ୍କଠାରେ ସଫଳ ହୃଦ୍‍ ଅସ୍ତ୍ରୋପଚାର

0

 

ଭୁବନେଶ୍ୱର,୧୯ । ୬: କିମସରେ ଜଣେ ୯୦ ବର୍ଷ ବୟସ୍କ ବ୍ୟକ୍ତିଙ୍କଠାରେ ଜୀବନ ରକ୍ଷାକାରୀ ଆର୍ଟିକ୍ ଭଲଭ୍ ରିପ୍ଲେସମେଣ୍ଟ (ଏଭିଆର୍‍) ସଫଳତାର ସହ କରାଯାଇଛି। ବୃଦ୍ଧାବସ୍ଥା ଏବଂ ହୃଦଘାତରେ ଅତ୍ୟଧିକ ଦୁର୍ବଳତା ହେତୁ ରୋଗୀ ହୃଦ ଅସ୍ତ୍ରୋପଚାର ପାଇଁ ଅତ୍ୟଧିକ ବିପଦପୂର୍ଣ୍ଣ ଥିଲେ ମଧ୍ୟ ହୋଇଥିଲେ କିମସ ଡାକ୍ତରମାନେ ଚାଲେଞ୍ଜର ସମ୍ମୁଖୀନ ହୋଇ ରୋଗୀଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି। କିମ୍‍ସର ବିଶିଷ୍ଟ ହୃଦ୍‍ ସର୍ଜନ ଡାକ୍ତର ଅମିତ ଅଗ୍ରୱାଲଙ୍କ ନେତୃତ୍ୱରେ ହୃଦ୍‌ରୋଗ ସର୍ଜରୀ ଦଳ ଏହି ଜଟିଳ ପ୍ରକ୍ରିୟାରେ ରୋଗୀଙ୍କୁ ଉନ୍ନତ ହୃଦ୍‌ରୋଗ ଚିକିତ୍ସା ଯୋଗାଇବା କିମସ ପାଇଁ ଏକ ପ୍ରମୁଖ ସଫଳତା ବୋଲି କୁହାଯାଉଛି। ପ୍ରାୟତଃ ଅସ୍ତ୍ରୋପଚାର ପାଇଁ ଅନୁପଯୁକ୍ତ ବୋଲି ବିବେଚନା କରାଯାଉଥିବା ରୋଗୀଙ୍କଠାରେ ଏଭଳି ସଫଳ ଅସ୍ତ୍ରୋପଚାର ରୋଗୀକୁ ନୂଆ ଜୀବନ ଦେଇଛି।

ସୂଚନାଯୋଗ୍ୟହୃଦୟର ଆର୍ଟିକ୍ ଭାଲଭରେ ଓ ବାମ ଭେଣ୍ଟ୍ରିକୁଲାର ସଂକୀର୍ଣ୍ଣ ହୋଇଯାଇଥିବାରୁ ରୋଗୀ ଜଣକ ଗୁରୁତର ଆର୍ଟିକ୍ ଷ୍ଟେନୋସିସ୍ ରୋଗରେ ପୀଡିତ ହୋଇଥିଲେ। ସେ ଦୀର୍ଘ ସମୟ ଧରି ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହ ଚାଲବୁଲ କରିବାକୁ ସଂପୂର୍ଣ ଅସମର୍ଥ ହୋଇପଡିଥିଲେ। ଏହା ସହ ସେ ସବୁବେଳେ ହୃଦଘାତର ଲକ୍ଷଣ ଅନୁଭବ କରୁଥିଲେ। ଫଳରେ ତାଙ୍କ ଦୈନନ୍ଦିନ ଜୀବନ କଷ୍ଟମୟ ହୋଇପଡ଼ିଥିଲା । ପରେ ସେ କିମ୍‍ସ ଡାକ୍ତରଙ୍କ ସହ ଯୋଗାଯୋଗ କରିବାରୁ ତାଙ୍କଠାରେ ଏଭଳି ବିରଳ ସମସ୍ୟା ଥିବା ଜଣାପଡ଼ିଥିଲା। ଡା ଅମିତ ଅଗ୍ରୱାଲ୍‍ ବହୁ ପରୀକ୍ଷା ପରେ ଏହି ରୋଗର ଅସ୍ତ୍ରୋପଚାର କରି ସଫଳ ହୋଇଥିଲେ।

ଡା ଅମିତ ଅଗ୍ରୱାଲ୍‍ଙ୍କ କହିବା ଅନୁସାରେ ବୟସାଧିକ୍ୟ ଓ ହୃଦୟ କାର୍ଯ୍ୟ କରିବାରେ ଦୁର୍ବଳ ହୋଇଯାଇଥିବାରୁ ତାଙ୍କଠାରେ ଅସ୍ତ୍ରୋପଚାର କରିବା ଅତ୍ୟଧିକ ବିପଦପୂର୍ଣ୍ଣ ଥିଲା । ଅସାବଧାନ ହୋଇଥିଲେ ଏ କ୍ଷେତ୍ରରେ ରୋଗୀର ଚିକିତ୍ସା ସମୟରେ ମୃତ୍ୟୁ ଓ ଅସ୍ତ୍ରୋପଚାର ପରବର୍ତ୍ତୀ ଜଟିଳତା ଅଧିକ ବୃଦ୍ଧି ପାଇବାର ସମ୍ଭାବନା ଥାଏ । ଏହା ଛଡା ୯୦ ବର୍ଷ ବୟସରେ ଓପନ ହାର୍ଟ ସର୍ଜରୀର ସବୁଠାରୁ ଚ୍ୟାଲେଞ୍ଜ ସୃଷ୍ଟି କରିଥାଏ। ଏହି ଅସୁବିଧା ସତ୍ତ୍ୱେ କିମସ ଡାକ୍ତରୀ ଦଳ ଭାଲଭ୍ ରିପ୍ଲେସମେଣ୍ଟ ସର୍ଜରୀକୁ ସଫଳତାର ସହିତ ସଂପନ୍ନ କରିଥିଲେ। ଅସ୍ତ୍ରୋପଚାର ପରେ ରୋଗୀ ଏବେ ସୁସ୍ଥ ଅଛନ୍ତି। ହୃଦରୋଗ ଯନ୍ତ୍ରଣାରୁ ଉପଶମ ମିଳିଛି।

କିମସ ଡାକ୍ତରଙ୍କ ଏହି ସଫଳତାରେ କିଟକିସ ଓ କିମସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ ଏହି ଅସ୍ତ୍ରୋପଚାରରେ ସାମିଲ ହୋଇଥିବା ସମସ୍ତ ଡାକ୍ତରୀ ଦଳସ୍ୱାସ୍ଥ୍ୟ କର୍ମୀ ଓ ଅନ୍ୟ ସମସ୍ତ କର୍ମଚାରୀଙ୍କୁ ଧାନ୍ୟବାଦ ଜଣାଇଛନ୍ତି। ଏହା ସହ ସେ ରୋଗୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Leave A Reply

Your email address will not be published.