ନବରଙ୍ଗପୁର ଠାରେ ଏନ୍ ଇ ଇ ଟି (ୟୁ ଜି) ୨୦୨୬ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (ସ୍ନାତକୋତ୍ତର) ସଫଳତାର ସହ ସମ୍ପନ୍ନ

0 2

ନବରଙ୍ଗପୁର ତା ୩.୫.୨୦୨୬: ଅଶୋକ ସାହୁ,ନବରଙ୍ଗପୁର ଜିଲ୍ଲା ର ଛାତ୍ର ଛାତ୍ରୀ ମାନେ ମେଡିକାଲ ଚିକିତ୍ସା ପାଠ୍ୟକ୍ରମରେ ଭର୍ତ୍ତି ହେବା ପାଇଁ ସାରା ଭାରତ ବର୍ଷରେ ଅନୁଷ୍ଠିତ ହେଉଥିବା NEET ( UG)2026 ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା ଦେଇଥିଲେ।ଜିଲ୍ଲାର ନବରଙ୍ଗପୁର ସହରର ଆର୍ ସି ଡି ହାଇସ୍କୁଲ ଏବଂ ପି ଏମ ଶ୍ରୀ କେନ୍ଦ୍ରିୟ ବିଦ୍ୟାଳୟ ଦୁଇଟି ଶିକ୍ଷା ଅନୁଷ୍ଠାନକୁ ଏନ୍ ଟି ଏ ( ଜାତୀୟ ପରୀକ୍ଷା ସଂସ୍ଥା) ମନୋନୀତ କରିଥିଲା।ଏହି ଜାତୀୟ ସ୍ତର ପରୀକ୍ଷା ପାଇଁ ଜିଲ୍ଲାପାଳ ଙ୍କ ଅଧକ୍ଷତାରେ ଜିଲ୍ଲା ସ୍ତରୀୟ ସ୍ଵମନ୍ନୟ କମିଟି ଗଠନ ହୋଇ ନୋଡାଲ ଅଧିକାରୀ ଙ୍କୁ ଦାୟିତ୍ୱ ଦିଆଯାଇଥିଲା। ମାଜିଷ୍ଟ୍ରେଟ ଡ୍ୟୁଟି ଅଧିକାରୀ ରୂପେ ନବରଙ୍ଗପୁର ତହସିଲଦାର ଭୂଲେଶ୍ୱର ନାଏକ ଏବଂ ନନ୍ଦାହାଣ୍ଡି ତହସିଲଦାର ଚନ୍ଦ୍ରହାସ ମହାନନ୍ଦିଆ ଦାୟିତ୍ୱ ତୁଲାଇଥିବା ବେଳେ ପୋଲିସ ନୋଡାଲ ଅଧିକାରୀ ରୂପେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଦିତ୍ୟ ସେନ ଏବଂ ଡି ଏସ ପି ( ଡି ଆଇ ବି ) ବିନୋଦ ଲାକ୍ରା ଶାନ୍ତି ଶୃଙ୍ଖଳା,ଟ୍ରାଫିକ,ପାର୍କିଂ ଓ ଅନ୍ୟାନ୍ୟ ବ୍ୟବସ୍ଥା କରିଥିଲେ।ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ୨୩୦ ଜଣ ଏବଂ ଆର୍ ସି ଡି ହାଇସ୍କୁଲ ରେ ୨୪୦ ଜଣ ପରୀକ୍ଷାର୍ଥୀ ଙ୍କ ବ୍ୟବସ୍ଥା କରାଯାଇଥିଲା। ପରୀକ୍ଷା ଯେଭଳି ସୁଚାରୁ ରୂପେ ଏବଂ ଶାନ୍ତି ଶୃଙ୍ଖଳା ର ସହ ସମାପନ ହେବ ଏଥିପାଇଁ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଙ୍କ ନେତୃତ୍ୱରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବିଶ୍ୱଜିତ୍ ଚନ୍ଦ୍ର ବର୍ମନ, ପ୍ରଶାସନ ନୋଡାଲ ଅଧିକାରୀ ସୋଭେନ ପଣ୍ଡା ,ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ଏବଂ ଅନ୍ୟ ଅଧିକାରୀ ପୂର୍ବରୁ ପରୀକ୍ଷା କେନ୍ଦ୍ର ଗସ୍ତ ପୂର୍ବକ ପରୀକ୍ଷା କେନ୍ଦ୍ର ରେ ପାନୀୟ ଜଳ ବ୍ୟବସ୍ଥା,ବିଦ୍ୟୁତ ସରାବରାହ,ଦିବ୍ୟାଙ୍ଗ ପାଇଁ ହୁଈଲ ଚେୟାର,ଅଗ୍ନିଶମ, ସି ସି ଟିଭି, ଯାମର,ଡି ଜି ବ୍ୟାକଅପ୍,ପାର୍କିଂ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ସୁନିଶ୍ଚିତ କରିଥିଲେ।ଏହି ପରୀକ୍ଷା ଅପରାହ୍ନ ୨.୦୦ ଘ ରୁ ଆରମ୍ଭ ହୋଇ ୫.୦୦ ଘ ପର୍ଯ୍ୟନ୍ତ ହୋଇଥିଲା ଏବଂ ୧୮୦ ଟି MCQ ( ବହୁ ବିକଳ୍ପ ପ୍ରଶ୍ନ) ପରୀକ୍ଷା ପାଇଁ ପ୍ରସ୍ତୁତ କରାଯାଇଥିଲା।ଉଭୟ କେନ୍ଦ୍ର ରେ ମୋଟ ୨୭୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବା ପାଇଁ ଆଡମିଟ କାର୍ଡ ପାଇଥିବାବେଳେ ମୋଟ ୨୪୧ ଜଣ ପରୀକ୍ଷା ଦେଇଥିଲେ ଏବଂ ୨୯ ଜଣ ଅନୁପସ୍ଥିତ ଥିଲେ।

Leave A Reply

Your email address will not be published.