ଖୋରଧା ଜିଲ୍ଲା ପ୍ରେସ କ୍ଲବ ର ନିର୍ଵାଚନ,ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

0 2

ଖୋର୍ଦ୍ଧାରୁ (ସେକ ଜାଫର ): ଖୋରଧା – ୨/୫- ବହୁ ପ୍ରତୀକ୍ଷିତ ଖୋରଧା ଜିଲ୍ଲା ପ୍ରେସ କ୍ଲବ ର କର୍ମକର୍ତ୍ତା ନିର୍ବାଚନ ଶେଷ ହୋଇଛି l ଆଜି ଅନୁଷ୍ଠିତ ଏହି ନିର୍ବାଚନ ରେ ସଭାପତି ପଦବୀ ନିମନ୍ତେ ତପନ କୁମାର ନାୟକ ଏବଂ ଶୁଭ୍ରାଂଶୁ ରଞ୍ଜନ ସମାନ୍ତରାୟ ପ୍ରତିଦ୍ୱନ୍ଦିତା କରିଥିବା ବେଳେ ତପନ କୁମାର ନାୟକ ୨୬ ଖଣ୍ଡ ଭୋଟ ଏବଂ ଶୁଭ୍ରାଂଶୁ ରଞ୍ଜନ ସମାନ୍ତରାୟ ୧୨ ଖଣ୍ଡ ପାଇଥିଲେ, ଫଳରେ ତପନ କୁମାର ନାୟକ ୧୪ ଖଣ୍ଡ ଭୋଟ ରେ ବିଜୟୀ ହୋଇଥିଲେ l ସମ୍ପାଦକ ଭାବରେ ପ୍ରକାଶ କୁମାର ହାତୀ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି l ଆଇନ ପରାମର୍ଶ ଦାତା ଭାବେ ଅବ୍ୟକ୍ତ ହରିହର ଖାଡଙ୍ଗା ,ଉପଦେଷ୍ଟା ଦିଲ୍ଲୀପ କୁମାର ପଟ୍ଟନାୟକ,ଉପ ସଭାପତି ପ୍ରସନ୍ନ କୁମାର ପାଇକରାୟ ଏବଂ ଲଲିତ ମୋହନ ମାହାପାତ୍ର, ଯୁଗ୍ମ ସଂପାଦକ ସୟଦ ଲିୟାକତ ଅଲ୍ଲୀ ଏବଂ ଅନସର ଅଲ୍ଲି, କୋଷାଧକ୍ଷ ଗୋପାଳ କୃଷ୍ଣ ଦାସ ଏବଂ କାର୍ଯକାରୀ ସଦସ୍ୟ ଭାବେ ଇକବାଲ ଅହମ୍ମଦ, ରାମ ଚନ୍ଦ୍ର ଜୁଝାର ସିଂହ, ଜିତେନ୍ଦ୍ର ଭଞ୍ଜ, ରାଜେଶ ଚନ୍ଦ୍ର ମହାନ୍ତି, ଶୁଭ କାନ୍ତ ମହାପାତ୍ର ଏବଂ ପ୍ରସାର ପ୍ରମୁଖ ଭାବେ ସନ୍ତୋଷ ଚୌଧୁରୀ ନିର୍ବାଚିତ ହୋଇଥିଲେ l ନିର୍ବାଚନ ଅଧିକାରୀ ଭାବେ ଅବ୍ୟକ୍ତ ହରିହର ଖାଡଙ୍ଗା ନିର୍ଵାଚନ କାର୍ଯ୍ୟ ପରିଚାଳନା କରିଥିବା ବେଳେ ଜିତେନ୍ଦ୍ର ଭଞ୍ଜ ଏବଂ ପ୍ରଭାତ ପାଣିଗ୍ରାହୀ ତାଙ୍କୁ ସହାୟତା କରିଥଲେ l

Leave A Reply

Your email address will not be published.