ଚଳିତ ବର୍ଷର ମାଟ୍ରିକ ପାସହାର ଗଜପତି ଜିଲ୍ଲା ୯୯.୩୧ ପ୍ରତିଶତ ରଖି ପୁଣିଥରେ ପ୍ରଥମ ସ୍ଥାନରେ ରହିଛି

0 2

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ। ଏଥର ଗଜପତି ଜିଲ୍ଲାର ପାସହାର ସର୍ବାଧିକ ରହିଛି । ଜିଲ୍ଲାରେ ୯୯.୩୧ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି । ଜିଲ୍ଲାରେ ୧୬୧ଟି ବିଦ୍ୟାଳୟର ୮୧୧୬ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ପାଇଁ ଆବେଦନ କରିଥିଲେ ସେଥି ମଧ୍ୟରୁ ୩୯୩୮ ଛାତ୍ର , ୩୯୮୮ ଛାତ୍ରୀ। ଅନୁପସ୍ଥିତ ପରୀକ୍ଷାର୍ଥୀ ଙ୍କ ସଂଖ୍ୟା ୧୩୪ଜଣ।
୭୯୨୭ଜଣ ପିଲା ପାସ କରିଛନ୍ତି। ସେଥି ମଧ୍ୟରୁ A1 ଗ୍ରେଡରେ ୬ଜଣ , A2 ଗ୍ରେଡରେ ୩୯୫ଜଣ , B1 ଗ୍ରେଡରେ ୧୭୯୫ ଜଣ , B2 ଗ୍ରେଡରେ ୨୩୭୩ଜଣ , C ଗ୍ରେଡରେ ୨୦୪୬ ଜଣ , D ଗ୍ରେଡରେ ୧୧୩୨ ଜଣ , E ଗ୍ରେଡରେ ୧୮୦ ଜଣ।
ଗଜପତି ଜିଲ୍ଲା ର ୬ଗୋଟି ବିଦ୍ୟାଳୟ ଛାତ୍ର ଛାତ୍ରୀ A1 ରେ
ଉତ୍ତୀର୍ଣ୍ଣ ହୋଇଛନ୍ଥି। ସେହି ବିଦ୍ୟାଳୟ ଗୁଡ଼ିକ ହେଲା ଯଥା :- ସରକାରୀ ଉଚ୍ଚ ବିଦ୍ୟାଳୟ, ଛେଳିଗଡ , ସରକାରୀ ୟୁ.ଜି. ହାଇସ୍କୁଲ , ସମ୍ବଲପୁର , ସରକାରୀ ୟୁ.ଜି. ହାଇସ୍କୁଲ , ଗୋଠକେଳି , ୟୁ ଜି ସରକାରୀ ଉଚ୍ଚ ବିଦ୍ୟାଳୟ , ଭୁସକୁଡି , ରଣ୍ଡିଭା ହାଇସ୍କୁଲ , ରଣ୍ଡିଭା , ସରକାରୀ (SSD) ବାଳିକା ଉଚ୍ଚ ବିଦ୍ୟାଳୟ , ସୁଣ୍ଡୁରୁବା ।
ପୁନର୍ବାର ରାଜ୍ୟ ସ୍ତରରେ ଶ୍ରେଷ୍ଠ ସ୍ଥାନ ବଜାୟ ରଖିଥିବାରୁ ଗଜପତି ଭାରପ୍ରାପ୍ତ ଜିଲ୍ଲାପାଳ ମୁନୀନ୍ଦ୍ର ହୋନନଗା ଓ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ମାୟାଧର ସାହୁ ସମସ୍ତ ଉତ୍ତୀର୍ଣ୍ଣ ହୋଇଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Leave A Reply

Your email address will not be published.