ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର କାରଣ ସାହି ସ୍ଥିତ ନୃସିଂହନାଥ ମଠରେ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ଧୂମଧାମରେ ପାଳିତ ହୋଇଯାଇଛି। ପାରଳାଖେମୁଣ୍ଡି ସହରରେ ଏକ ମାତ୍ର ନୃସିଂହନାଥ ମଠ ଥିବାରୁ ଦିନସାରା ଶ୍ରଦ୍ଧାଳୁ ଭକ୍ତଙ୍କ ଜନସମାଗମ ଲାଗି ରହିଥିଲା।
ସନ୍ଧ୍ୟାରେ ନୃସିଂହନାଥ ମହାପ୍ରଭୁଙ୍କୁ କ୍ଷୀର , ଦହି , ମହୁ , ଗୁଡ଼ , ଗୁଆଘିଅ , ୧୦୮ ପଇଡ଼ ପାଣି , ନଡ଼ିଆ ପାଣିରେ ସ୍ନାନ କରାଯାଇଥିଲା। ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ଉତ୍ସବ ଦେଖିବା ପାଇଁ ଦୁରଦୁରାନ୍ତରୁ ବହୁ ଶ୍ରଦ୍ଧାଳୁ ଭକ୍ତଙ୍କ ଜନସମାଗମ ହୋଇଥିଲା।
ଏହି ଉତ୍ସବରେ ସଂକୀର୍ତ୍ତନ ଦଳ ସଂକୀର୍ତ୍ତନ କରିଥିଲେ। ପରେ ନୃସିଂହନାଥ ମହାପ୍ରଭୁଙ୍କୁ ସୁସଜ୍ଜିତ କରି ସନ୍ଧ୍ୟା ଆଳତୀ ହୋଇଥିଲା। ଶ୍ରଦ୍ଧାଳୁ ଭକ୍ତଙ୍କୁ ପଣା ସହ ପ୍ରାସାଦ ବଣ୍ଟନ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.