ବରଗଡ଼ର ବହୁ ଚର୍ଚ୍ଚିତ ଯୌନ ନିର୍ଯାତନା ମାମଲାରେ ବରଗଡ଼ ଟାଉନ ପୋଲିସ କଡ଼ା ପଦକ୍ଷେପ ନେଇଛି। ଏକାସାଙ୍ଗରେ ବରଗଡ଼ ଶିକ୍ଷା ବିଭାଗର ବଡ଼ ବଡ଼ ଅଧିକାରୀଙ୍କୁ ଗିରଫ କରାଯାଇଛି। ନାରୀ ନିର୍ଯାତନା ମାମଲାରେ ବରଗଡ଼ର ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ ଏବଂ ଜଣେ ପିଇଟି ଶିକ୍ଷକ ଗିରଫ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ବରଗଡ଼ ଟାଉନ ଥାନା ପୋଲିସ ବରଗଡ଼ର ଜିଲ୍ଲା ଶିକ୍ଷା ଅଧିକାରୀ (DEO) ଜ୍ୟୋତିକାନ୍ତ ସାହୁ, ବ୍ଲକ ଶିକ୍ଷା ଅଧିକାରୀ (BEO) ସୁରେନ୍ଦ୍ର କୁମାର ସାହୁ ଏବଂ ସତଲମା ହାଇସ୍କୁଲର ପିଇଟି (PET) ଶିକ୍ଷକ ସମୀର କୁମାର ପାଣିଗ୍ରାହୀଙ୍କୁ ଗିରଫ କରିଛି। ସେମାନଙ୍କ ବିରୋଧରେ ଜଣେ ମହିଳା ସହକର୍ମୀଙ୍କୁ ଯୌନ ନିର୍ଯାତନା, କ୍ଷମତାର ଅପବ୍ୟବହାର ଏବଂ ମହିଳା ସହକର୍ମୀଙ୍କୁ ମାନସିକ ନିର୍ଯାତନା ଦେବା ଭଳି ଗୁରୁତର ଅଭିଯୋଗ ରହିଛି।
ଅଭିଯୋଗ ପରେ ଘଟଣାର ତଦନ୍ତ ଜାରି ରହିଥିଲା। ପୋଲିସ ଗତକାଲିଠାରୁ ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଥିଲା। ଗତକାଲି ବରଗଡ଼ର ଡେପୁଟି କଲେକ୍ଟର ସୁମତି ପଣ୍ଡା ବରଗଡ଼ ଟାଉନ ଥାନାରେ ଏହି ତିନି ଜଣଙ୍କ ବିରୋଧରେ ଏଫ୍ଆଇଆର୍ ଦେଇଥିଲେ। ଏନେଇ ଅଧିକ ତଦନ୍ତ ଜାରି ରହିଥିବା ବେଳେ ଆଜି ପୋଲିସ ଶେଷରେ ଏହି ତିନି ଜଣଙ୍କୁ ଗିରଫ କରିଛି ଏବଂ କେସ ନମ୍ବର ୨୨୯ ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏକାଥରକେ ବରଗଡ଼ ଶିକ୍ଷା ବିଭାଗର ଏତେ ବଡ଼ ଅଧିକାରୀମାନେ ଗିରଫ ହେବା ନିଶ୍ଚିତ ଭାବେ ବରଗଡ଼ ପାଇଁ ଏକ କଳା ଦିନ।
Sign in
Sign in
Recover your password.
A password will be e-mailed to you.