ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ପବିତ୍ର ଅକ୍ଷୟ ତୃତୀୟା ସପ୍ତାହ ପାଳନ ଅବସରରେ ଭଞ୍ଜନଗର ବ୍ଳକ୍ ର ସମନ୍ୱିତ ଶିଶୁ ବିକାଶ ଯୋଜନା ଆନୁକୂଲ୍ୟରେ, ଉକ୍ତ ବ୍ଳକ୍ ଅନ୍ତର୍ଗତ ସମସ୍ତ କୂଳ ସମାଜର ମୂଖ୍ୟ ମାନଙ୍କୁ ନେଇ, ବାଲ୍ୟବିବାହ ବିରୁଦ୍ଧରେ ତଥା ଏହାକୁ ରୋକିବା ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ତତ୍ ସହିତ ଉପସ୍ଥିତ ସମାଜର କୂଳ ମୁଖ୍ୟ ମାନଙ୍କୁ ଏଥି ସଂଲଗ୍ନ ସଙ୍କଳ୍ପ ପତ୍ର ବଣ୍ଟନ ସହିତ ସାମୂହିକ ଶପଥପାଠ ମଧ୍ୟ ଅନୁଷ୍ଠିତ ହୋଇଥିଲା।
ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିଶୁ ପ୍ରକଳ୍ପ ଅଧିକାରିଣୀ ମିଲିମା କୁମାରୀ ପଣ୍ଡା, ବରିଷ୍ଠ ଆଇନଜୀବୀ ଅଳକା ମଞ୍ଜରୀ ପଟ୍ଟନାୟକ, ପ୍ରାକ୍ତନ ବନ ବିଭାଗ କର୍ମଚାରୀ ଶୁଳପାଣି ସତପଥି, ଜିଲ୍ଲା ସଂଯୋଜିକା ଗିତାଞ୍ଜଳୀ ମହାରଣା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଜେନ୍ଦ୍ର କୁମାର ସେଠୀ, କୂଳ ସଭାପତି ବିଭୂତି ଭୂଷଣ ଜେନା,ଏକକ ସଖି ସହାୟତା ସଦନର ସୁନୀତା କୁମାରୀ ରଥ, ଉପଖଣ୍ଡ କାର୍ଯ୍ୟାଳୟ ର ପି.ଏ ସଂଗିତା ମିଞ୍ଜ୍,ଓ ଅନନ୍ୟ ପ୍ରତିଭାର ଅଧିକାରୀ ତାରିଣୀ ଚନ୍ଦ୍ର ସାହୁ, କାର୍ଯ୍ୟରତ ସମସ୍ତ ଅଞ୍ଚଳ ପରିଚାଳିକା ମାନେ ଉପସ୍ଥିତ ଥିଲେ। ଏବଂ ବିଭିନ୍ନ ସ୍ଥାନରୁ ଆସିଥିବା ବରେଣ୍ୟ ସମସ୍ତ କୂଳ ସମାଜର ସଭାପତି ମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ର ଶୁଭାରମ୍ଭ ରେ ସମସ୍ତ ମଞ୍ଚାସିନ ଅତିଥି ମାନଙ୍କୁ ସମ୍ମାନିତ କରିବା ପରେ ବରିଷ୍ଠ ଶିକ୍ଷକ ତଥା କୂଳ ସମାଜର ସଭାପତି ବିଭୂତି ଭୂଷଣ ଜେନା ଙ୍କ କରକମଳରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯିବା ପରେ, ସିଡ଼ିପିଓ ପଣ୍ଡା ପବିତ୍ର ଅକ୍ଷୟ ତୃତୀୟା ସପ୍ତାହ ପାଳନ କାର୍ଯ୍ୟକ୍ରମ ର ଲକ୍ଷ ଓ ଉଦ୍ଦେଶ୍ୟ ଉପରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ। ସବୁ ଠାରୁ ଆକର୍ଷଣୀୟ ଥିଲା ଆଜିର କବିତା ନାରା “ଝିଅକୁ ହେବ ଅଠର, ପୁଅକୁ ହେବ ଏକଉସି, ବିବାହ କରାଇବ ହୋଇଣ ଖୁସି” । ଏହା ଥିଲା ଆଜିର ଯୋଜନା ର ମୂଳ ମନ୍ତ୍ର। ପରେ ପରେ ମଞ୍ଚାସିନ ସମସ୍ତ ସମ୍ମାନନୀୟ ଅତିଥି ମାନେ ବାଲ୍ୟବିବାହ ବିରୋଧରେ ଅନେକ ବକ୍ତବ୍ୟ ରଖିଥିଲେ ଯେ, ଏହା କାହିଁକି ଖରାପ, ଏହାକୁ କିପରି ରୋକାଯାଇପାରିବ, ଏଥିରେ କେଉଁ ମାନେ ସଚେତନତା ହେବା ଆବଶ୍ୟକ, ଏହାର ଖରାପ୍ ପ୍ରବାହ ଯୁବକ ଯୁବତୀ ସହିତ ସମାଜର ସହିତ ପୁରା ଦେଶରେ କିପରି ପଡ଼େ, ଏହାକୁ ରୋକିବା ପାଇଁ ଆଇନ ର ସହାୟତା, ଆଇନ ର ଧାରା କଣ ରହିଛି ? ଏଥିରେ ସମାଜ ତଥା ସମାଜ ରେ ଥିବା ବିଭିନ୍ନ କୂଳ, ସଂଗଠନ ମାନଙ୍କ ର ମୂଖ୍ୟ ଭୂମିକା କଣ୍ ରହିଛି ? ସେବିଷୟରେ ସମସ୍ତେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ। ବିଶେଷ ଭାବରେ ଆଜିର କାର୍ଯ୍ୟକ୍ରମରେ ଜଣେ ସୁନାମଧନ୍ୟ ଶିକ୍ଷକ କହିଥିଲେ ଯେ, ପିତାମାତା ଙ୍କ ର ସଂସ୍କାର, ଶିକ୍ଷା, ସଚେତନତା,ସଞମତା, ବେଶଭୂଷା, ପରିପାଟୀ, ସାମାଜିକ ରିତିନୀତି,ଚଳନୀ କିପରି ହେଲେ ବା ଠିକ୍ ଦିଗରେ କାର୍ଯ୍ୟକାରୀ ହେଲେ ଆମେ ବାଲ୍ୟବିବାହ ଭଳି ଅନେକ କୁସଂସ୍କାର ଓ ଅନୈତିକ କାର୍ଯ୍ୟ କୁ ମଧ୍ୟ ରୋକିପାରିବା। ଆଜିର ଏହି ମହାନ୍ କାର୍ଯ୍ୟକ୍ରମ ସିଡ଼ିପିଓ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହୋଇଥିଲା। ଏଥିରେ ଉପସ୍ଥିତ ସମସ୍ତ କୂଳ ସମାଜର ସଭାପତି, ବିଭିନ୍ନ ବିଭାଗର ବିଭାଗୀୟ କର୍ମଚାରୀ ଆୟୋଜିତ ଏହି କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post