ବାଇଝାଲ ରାଜସ୍ବ ନିରୀକ୍ଷକଙ୍କ ଅକାଳ ମୃତ୍ୟୁ

0 1

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ବାଇଝାଲର ରାଜସ୍ବ ନିରୀକ୍ଷକ ଏ.ସୋମ ଶେଖର ରାଓଙ୍କ ଅକାଳ ବିୟୋଗ ଘଟିଛି। ସେ ହଠାତ୍ ହ୍ରୁଦରୋଗ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର କିମ୍ସ ହସପିଟାଲକୁ ନେଇଥିଲେ। ଚିକିତ୍ସା ସମୟରେ ତାଙ୍କର ପ୍ରାଣବାୟୁ ଚାଲିଯାଇଥିଲା।
ଜଣେ ସହୃଦୟବାନ୍ ବ୍ୟକ୍ତି ଭାବେ ସେ ପରିଚିତ ଥିଲେ। ବାଇଝାଲ ଅଞ୍ଚଳରେ ଘାଟି ପାହାଡ ବୁଲି ଲୋକଙ୍କ ଦ୍ବାରା ପ୍ରଶଂସିତ ହୋଇଥିଲେ। ଗତ ୩ ବର୍ଷ ଧରି ସେ ବାଇଝାଲ ଦାୟିତ୍ୱରେ ଥିଲେ।
ତାଙ୍କର ମୃତ୍ୟୁରେ ଗୁମ୍ମା ତହସିଲର ତହସିଲଦାର ଓ ସମସ୍ତ ରାଜସ୍ୱ ନିରୀକ୍ଷକ ଶୋକପ୍ରକାଶ କରିବାସହ ଅମର ଆତ୍ମା ନିକଟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ଏବଂ ଦୁଃଖଦ ପରିବାରର ସଦସ୍ଯ/ସଦସ୍ୟା ମାନଙ୍କୁ ସମବେଦନା ଜଣାଇଛନ୍ତି।

Leave A Reply

Your email address will not be published.