ଡିଏଭିରେ ମଧୁବାବୁ ଜୟନ୍ତୀ ତଥା ସ୍ୱାଭିମାନ ଦିବସ ପାଳିତ

0 2

ଝାରସୁଗୁଡ଼ା,୨୮/୦୪/୨୦୨୬: ଓଡ଼ିଆ ସ୍ୱାଭିମାନର ପ୍ରତୀକ, ଓଡ଼ିଆ ଜାତିର ପିତା, ସ୍ୱଦେଶୀ ଶିଳ୍ପାୟନର ପ୍ରଥମ ପଥ ପ୍ରଦର୍ଶକ, ଭାଷାଭିତ୍ତିକ ପ୍ରଦେଶ ଗଠନର ପଥପ୍ରଦର୍ଶକ, ଭାରତୀୟ ମହିଳାଙ୍କୁ ଆଇନଜୀବୀ ବୃତ୍ତି ଅଧିକାର ଦେଇଥିବା ବ୍ୟକ୍ତିତ୍ବ, ଅସାଧାରଣ ଆଇନ ଦକ୍ଷତାଧାରୀ ସ୍ଵାଭିମାନୀ, ବହୁ ଅକଳ୍ପନୀୟ ଆରମ୍ଭର ଜନକ ଉତ୍କଳ ଗୌରବ ଓ କୁଳବୃଦ୍ଧ ମଧୁସୂଦନ ଦାସଙ୍କ ୧୭୮ତମ ଜନ୍ମ ଜୟନ୍ତୀ ଡିଏଭି ପବ୍ଲିକ ସ୍କୁଲ ପରିସର ମଧ୍ୟରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦେବତାଙ୍କ ପ୍ରେରଣାରେ ଡିଏଭି ପରିବାର ତରଫରୁ ମଧୁବାବୁଙ୍କ ଚିରସ୍ମରଣୀୟ ଅବଦାନକୁ ସମ୍ମାନ ଜ୍ଞାପନ କରାଯିବା ସହ ମହାନୁଭବଙ୍କ ଫଟୋ ଫଳକରେ ମାଲ୍ୟାର୍ପଣପୂର୍ବକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ମଧୁବାବୁ ଜୟନ୍ତୀ ସଭାରେ ଶିକ୍ଷୟିତ୍ରୀ ନୀଳିମା ପଟେଲ ସ୍ୱାଭିମାନ ଓ ଓଡ଼ିଆ ବିଚାର ବ୍ୟକ୍ତ କରିଥିବା ବେଳେ ମଧୁସ୍ମିତା ପଲେଇ ମଧୁବାବୁଙ୍କ ଜୀବନ ଚରିତ ପାଠ ଓ ସତ୍ୟ ନାରାୟଣ ଜେନା ସଭା ସଞ୍ଚାଳନ କରିଥିଲେ ଓ ରଶ୍ମିରେଖା ଶର୍ମା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Leave A Reply

Your email address will not be published.