ପଦ୍ମପୁର ଓକିଲ ସଂଘ ର ମଧୁବାବୁ ଜୟନ୍ତୀ ପାଳନ

0 2

ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ଓକିଲ ସଂଘ ତରଫ ରୁ ମଧୁବାବୁ ଙ୍କ ଜୟନ୍ତୀ ଓକିଲ ଦିବସ ରୂପେ ମହାସମାରୋହ ରେ ପାଲିତ ହୋଇଯାଇଛି | ଏହି ଅବସର ରେ ସଂଘ ର ସଭାପତି ଆନନ୍ଦ ପଣ୍ଡା ଙ୍କ ସଭାପତିତ୍ୱ ରେ ଏକ ସଭା ହୋଇ ଉତ୍କଳ ଗୌରବ ମଧୁବାବୁ ଙ୍କ ଜୀବନୀ ଉପରେ ଆଲୋଚନା କରାଯାଇଥିଲା ସଂଘ ର ବରିଷ୍ଠ ସଦସ୍ୟ ରାଧାବଲ୍ଲଭ ପାଣିଗ୍ରାହୀ, ଉମେଶ ସାହୁ , ସନ୍ତୋଷ ଶତପଥୀ ଆଦି ମଧୁବାବୁ ଙ୍କ ଚରିତ୍ର ରେ ସମସ୍ତେ ଉଦବୁଦ୍ଧ ହୋଇ ଓକିଲାତି ପେଷା କୁ ଆଗକୁ ନେବାପାଇଁ ଅଭିଭାଷଣ ରଖିଥିଲେ | ବରିଷ୍ଠ ସଦସ୍ୟ ପ୍ରଶାନ୍ତ ମାଝୀ ଙ୍କୁ ଓଡିଶା ରାଜ୍ୟ ସଡ଼କ ପରିବହନ କର୍ମଚାରୀ ସଂଘ ର ରାଜ୍ୟ ସଭାପତି ଭାବରେ ମନୋନୀତ ହୋଇ ଥିବାରୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା | ନୂତନ ଭାବରେ ଯୋଗ ଦେଇଥିବା ଓକିଲ ସଦସ୍ୟ ଙ୍କୁ ସ୍ୱାଗତ ସମ୍ବଦ୍ଧନା କରାଯାଇଥିଲା | ଶେଷ ରେ ସମ୍ପାଦକ ହରି ଶଙ୍କର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ

Leave A Reply

Your email address will not be published.