ଲୋକନାଥ ପାଠାଗାରରେ ମଧୁବାବୁଙ୍କ ଜୟନ୍ତୀ

0 2

ବାସୁଦେବପୁର ପୌରପାଳିକାର ସତସଙ୍ଗ ବିହାର ଠାରେ ଥିବା ଲୋକନାଥ ପାଠାଗାରରେ ମଧୁବାବୁଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ପାଠାଗାର ପରିସରରେ ସଭାପତି ଶିକ୍ଷାବିତ୍ ସଦାନନ୍ଦ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଅତିଥି ଭାବେ ସୁଧାଂଶୁ ଶେଖର ମିଶ୍ର, ଆଇନଜୀବୀ ସ୍ମୃତିରଞ୍ଜନ ପଳିତା, କବି ଦୟାନିଧି ସାହୁ,ରଞ୍ଜିତ୍ କୁମାର ସେଠୀ ଓ ପାଠାଗାର ର ପ୍ରତିଷ୍ଠାତା ସଂଗ୍ରାହକ ବିକାଶ କୁମାର ଶତପଥୀ ପ୍ରମୁଖ ଯୋଗ ଦେଇ ପିଲାମାନଙ୍କୁ ପଗଡ଼ିପୁରୁଷ ତଥା ସ୍ୱାଭିମାନୀ ମଧୁ ବାରିଷ୍ଟରଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ବିଦ୍ୟାଶ୍ରୀ ଷ୍ଟଡି ପଏଣ୍ଟ ର ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ଯୋଗ ଦେଇ ପାଠାଗାର ଓ ସଂଗ୍ରହାଳୟ ପରିଦର୍ଶନ କରିବା ସହ ମଧୁବାବୁଙ୍କ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ପାଠାଗାର ପକ୍ଷରୁ ଚାରିବର୍ଷର ବିସ୍ମୟ ବାଳକ ଶ୍ରେୟାଂଶ ଶାଶ୍ୱତ ଦାସଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ତାଙ୍କ ପିତା ମନୋଜ କୁମାର ଦାସ ଓ ମାତା ସୁଜାତା ଦାସ ଉଭୟ ଉପସ୍ଥିତ ରହି ପ୍ରତି ଅଭିଭାବକମାନେ କିପରି ନିଜ ସନ୍ତାନକୁ ମେଧାବୀ, ଜିଜ୍ଞାସୁ ଓ ସଂସ୍କାରିତ କରିପାରିବେ ସେ ସମ୍ପର୍କରେ ନିଜର ଅନୁଭୂତି ବଖାଣିଥିଲେ। ପିଲାମାନଙ୍କୁ ମଧୁବାବୁ ତଥା ଅନ୍ୟ ବରପୁତ୍ରମାନଙ୍କ ଜୀବନୀ ପୁସ୍ତକ ପାଠାଗାର ପକ୍ଷରୁ ନିଶୁଳ୍କ ଭାବେ ପଠନ କରିବା ପାଇଁ ଦିଆଯାଇଥିଲା।ବିନମ୍ର କୁମାର ଶତପଥୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.