ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନବଉତ୍କଳର ନିର୍ମାତା ପାରଳା ମହାରାଜା ଶ୍ରୀ ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କର ୧୩୫ ତମ ଜୟନ୍ତୀ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ନବଉତ୍କଳର ନିର୍ମାତା ପାରଳା ମହାରାଜା ଶ୍ରୀ ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କର ୧୩୫ ତମ ଜୟନ୍ତୀ ପାଳିତ ହୋଇଯାଇଛି।
ପ୍ରଧାନ ଗୁରୁଜୀଙ୍କ ନେତୃତ୍ୱରେ ସମସ୍ତ ଗୁରୁଜୀ ଗୁରୁମା ସ୍ଥାନୀୟ ବଜାର ଛକ ସ୍ଥିତ ମହାରାଜାଙ୍କର ପ୍ରତିମୂର୍ତ୍ତି ଓ ତାଙ୍କର ସମାଧି ସ୍ଥଳ ଠାରେ ପୁଷ୍ପମାଲ୍ୟ ଅର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଇତ୍ୟବସରରେ ଅନୁଷ୍ଠାନର ବରିଷ୍ଠ ସଂସ୍କୃତ ଆଚାର୍ଯ୍ୟା ଶ୍ରୀମତୀ ଶୈଳେଷ୍ଠା ଖଡ୍ଗରାୟ ମହାରାଜାଙ୍କ ବିଷୟରେ ଉଦବୋଧନ ଦେଇଥିଲେ। ସେହିପରି ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ମଧ୍ୟ ମହାରାଜାଙ୍କ ବିଷୟରେ ବକ୍ତବ୍ୟ ପ୍ରଦାନ ପୂର୍ବକ ସ୍ମୃତିଚାରଣ କରିଥିଲେ।
ଉକ୍ତ ବୈଠକରେ ବରିଷ୍ଠ ସଂସ୍କୃତ ଆଚାର୍ଯ୍ୟ ଶ୍ରୀ ଗୋପାଳକୃଷ୍ଣ ପଣ୍ଡିତ ସଭାପତିତ୍ୱ କରିଥିଲେ। ଶେଷରେ ଶ୍ରୀମତୀ ପ୍ରେମାଞ୍ଜଳି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।