ଆନ୍ତର୍ଜାତୀୟ ବିହନ ଦିବସ ପାଳିତ : ବିହନ ସଂରକ୍ଷଣ ଓ କୃଷକ ସଶକ୍ତିକରଣ ଉପରେ ଆଲୋଚନା

0 2

ଲଇକେରା, ୨୬/୦୪: ଝାରସୁଗୁଡା ଜିଲ୍ଲାର ଲଇକେରା ବ୍ଲକ ଅଧୀନସ୍ଥ ଅଇତାପଡ଼ା ଗ୍ରାମରେ ରବିବାର ସେୱା ଅନୁଷ୍ଠାନ ପକ୍ଷରୁ ଆନ୍ତର୍ଜାତୀୟ ବିହନ ଦିବସ ଉତ୍ସାହର ସହିତ ପାଳିତ ହୋଇଛି। ସେୱା ଅନୁଷ୍ଠାନ ଓ ଆଜିମ ପ୍ରେମଜି ଫାଉଣ୍ଡେସନଙ୍କ ସହଭାଗିତାରେ ପରିଚାଳିତ “ଆଗାମୀ ଚାଷୀ ପିଢ଼ିଙ୍କ ସଶକ୍ତିକରଣ” ପ୍ରକଳ୍ପ ଅଧୀନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

କାର୍ଯ୍ୟକ୍ରମରେ ବିହନ ସଂରକ୍ଷଣ, ସ୍ୱଦେଶୀ ମଞ୍ଜିର ଗୁରୁତ୍ୱ ଓ କୃଷକ ସଶକ୍ତିକରଣ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା। ଅଇତାପଡ଼ା ସହ ଆସପାସ ଗ୍ରାମର ଅନେକ ପୁରୁଷ ଓ ମହିଳା ଚାଷୀ ଏଥିରେ ଯୋଗଦେଇଥିଲେ। ପାରମ୍ପାରିକ ପ୍ରଣାଳୀରେ ବିହନ ସଂରକ୍ଷଣ, ଜୈବିକ ଚାଷ ପ୍ରଚଳନ ଓ ପରିବେଶ ସୁରକ୍ଷା ଉପରେ ଚାଷୀମାନଙ୍କୁ ସଚେତନ କରାଯାଇଥିଲା।

“ମଞ୍ଜି ବଞ୍ଚିଲେ ଜୀବନ ବଞ୍ଚିବ, ପୃଥିବୀ ହସିବ” ଓ “ଆଜିର ସଂରକ୍ଷଣ ଆଗାମୀର ସୁରକ୍ଷା” ପରି ସ୍ଲୋଗାନ୍‌ ମାଧ୍ୟମରେ ସ୍ୱଦେଶୀ ବିହନ ରକ୍ଷାର ଆବଶ୍ୟକତା ଉପରେ ଜୋର ଦିଆଯାଇଥିଲା।

ପ୍ରକଳ୍ପର ମୁଖ୍ୟ ପରିଚାଳକ ଆଶୁତୋଷ ପ୍ରସାଦ ଗଡନାୟକଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜୀବିକା ସଂଯୋଜିକା ହିମାଙ୍ଗିନି ବେହେରା, ଗୋଷ୍ଠୀ ସଂଗଠିକା ଚେତନା ନାୟକ, ରେଶ୍ମା ଖର୍ସେଲ, ପ୍ରୀତି ପାଣିଗ୍ରାହୀ, ସୁମି ନେଟି, ରୋଜି ସାହୁ, ପାର୍ବତୀ କିସାନ ଓ ସୀମା ଧୁରୁଆ ସହିତ ଗୋଷ୍ଠୀ ସଂଗଠକ ପ୍ରତାପ ଚନ୍ଦ୍ର ପଟେଲ, ଯଶୋବନ୍ତ ବେହେରା, ହରେଶ କିସାନ ଓ ଏମଆଇଏସ୍‌ ତୃପ୍ତି ନାୟକ ମୁଖ୍ୟତଃ ସହଯୋଗ କରିଥିଲେ।

Leave A Reply

Your email address will not be published.