ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନର (ଡାଇଟ୍) ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି।
ଅନୁଷ୍ଠାନର ଅଧ୍ୟକ୍ଷ ଡାକ୍ତର ମୁର୍ମୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତି (ସ୍ୱୟଂଶାସିତ) ମହାବିଦ୍ୟାଳୟର ଅଧ୍ୟକ୍ଷ ରାଧାକାନ୍ତ ଭୂୟାଁ , ମୁଖ୍ୟବକ୍ତା ଭାବେ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଡ.କଲ୍ୟାଣୀ ମିଶ୍ର , ସମ୍ମାନିତ ଅତିଥି ରୂପେ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ପଣ୍ଡା , ଅନୁଷ୍ଠାନର ପୂର୍ବତନ ଶିକ୍ଷକ ପ୍ରତାପ କୁମାର ରାଏ ଏବଂ ପ୍ରସାଦ କୁମାର ନାୟକ ତଥା ଅନୁଷ୍ଠାନର ଶିକ୍ଷକ ପ୍ରଦୀପ କୁମାର ଜେନା ଓ ଶିକ୍ଷୟିତ୍ରୀ ମମତା ଜେନା ଏବଂ ଅବସରପ୍ରାପ୍ତ ଶିକ୍ଷକ ମନୋଜ କୁମାର ପଣ୍ଡା ମଞ୍ଚାସିନ ଥିଲେ।
ଅତିଥି ମାନେ ଗୁରୁ ତାଲିମାର୍ଥୀ ମାନେ ଜଣେ ଜଣେ ଶ୍ରେଷ୍ଠ ଶିକ୍ଷକ ଓ ଶିକ୍ଷୟତ୍ରୀ ହେବାକୁ ପରାମର୍ଶ ଦେଇଥିଲେ। ସମାଜରେ ଜଣେ ଶିକ୍ଷକର ଭୂମିକାକୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ଏହି ଅବସରରେ ବିଭିନ୍ନ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ସମ୍ମାନିତ କରିଥିଲେ। ଗଜପତି କଳା ପରିଷଦର ଗୁରୁ ନରସିଂହ ପ୍ରସାଦ ପାଢୀଙ୍କ ସଂଯୋଜନାରେ ଛାତ୍ରଛାତ୍ରୀ ମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। ଶେଷରେ ଏକ ନାଟକ “ଆଧୁନିକ ମଣିଷ” ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.