କେନ୍ଦୁଝର,ତା୨୫/୪- କେନ୍ଦୁଝର ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ କାର୍ଯ୍ୟାଳୟ ସଭାଗୃହଠାରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ-୨୦୨୬ ପାଳିତ ହୋଇଯାଇଛି । ଜିଲ୍ଳା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଚନ୍ଦ୍ର ଶେଖର ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟର ସମ୍ପାଦକ ଭକ୍ତବତ୍ସଳ ମହାନ୍ତି, ପ୍ରାଣୀ ଚିକିତ୍ସକମାନେ ଦେବଦୂତ ପରି କଥା କହି ପାରୁନଥିବା ପ୍ରାଣୀମାନଙ୍କ ଜୀବନ ରକ୍ଷା କରନ୍ତି ଓ ଚାଷୀ ମାନଙ୍କୁ ଜୀବିକା ଯୋଗାଇ ଦେଇଥାନ୍ତି। ଆଜିର ଦିନରେ ସେମାନଙ୍କୁ ସମ୍ବର୍ଦ୍ଧିତ କରି ଉତ୍ସାହିତ କରିବାକୁ ଆହ୍ୱାନ ଦେଇଥିଲେ। ସମ୍ମାନୀତ ଅତିଥିଭାବେ କେନ୍ଦୁଝର ବନଖଣ୍ଡର ସହକାରୀ ବନ ସଂରକ୍ଷକ ଡକ୍ଟର ସୁଦିପ୍ତ କୁମାର ପଣ୍ଡା ପ୍ରାଣୀ ଚିକିତ୍ସକ ମାନଙ୍କର ପଶୁ ସମ୍ପଦ ପ୍ରତି ଅବଦାନ,ମାନବ ସମ୍ବଳ ପ୍ରତି ଅବଦାନ ଏବଂ ପରିବେଶ ପ୍ରତି ଅବଦାନ ସମ୍ବନ୍ଧୀୟ ଆଲୋଚନା କରିଥିଲେ। ଚମ୍ପୁଆ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଶାନ୍ତ କୁମାର ମହାନ୍ତ ଚାଷୀମାନଙ୍କ ଜୀବନଜୀବିକା ପାଇଁ ଉଦ୍ଦିଷ୍ଟ ଯୋଜନାମାନ ଆଲୋଚନା କରିଥିଲେ। ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ(ପ୍ରାଣୀ ଉତ୍ପାଦନ) ଡାକ୍ତର ରାମଚନ୍ଦ୍ର ମହାନ୍ତି,ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ(ରୋଗ ନିୟନ୍ତ୍ରଣ) ଡାକ୍ତର ତପନ କୁମାର ମଲ୍ଲିକ ଅଂଶଗ୍ରହଣ କରି ବକ୍ତବ୍ୟ ରଖିଥିଲେ। ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ(ଜୀବେ ମଙ୍ଗଳ) ଡାକ୍ତର ପ୍ରସନ୍ନ କୁମାର ମୁଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ୭୦ଜଣ ଚାଷୀ ଓ ୩୦ଜଣ ବିଭାଗୀୟ କର୍ମଚାରୀ ଯୋଗ ଦେଇଥିଲେ। ଚାଷୀ ମାନଙ୍କର ଘାସ ଚାଷ, ଗୋ ପାଳନ, ଛେଳି ଚାଷ ଓ କୁକୁଡ଼ା ଚାଷର ସଫଳ କାହାଣୀ ଫିଲ୍ମ ଆକାରରେ ପ୍ରଦର୍ଶିତ କରାଯାଇଥିଲା। ଶେଷ ଭାଗକୁ ଡାକ୍ତର ରାମଚନ୍ଦ୍ର ମହାନ୍ତି ସରକାରଙ୍କର ପ୍ରାଣୀଧନ ବିକାଶର ବିଭିନ୍ନ ଯୋଜନା ବିଷୟରେ ଚାଷୀ ମାନଙ୍କୁ ବୁଝାଇଥିଲେ। କେନ୍ଦୁଝର ଜିଲ୍ଲା ପ୍ରାଣୀ ଚିକିତ୍ସାଳୟର ଉପନିର୍ଦ୍ଦେଶକ ଡାକ୍ତର ରାଧାଗୋବିନ୍ଦ ପୁହାଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇଁ ଡେପୁଟି ଡାଇରେକ୍ଟର ଡାକ୍ତର ରାଧା ଗୋବିନ୍ଦ ପୁହାଣ, ଡାକ୍ତର ଲିନା କାଲ୍ହା , ଡାକ୍ତର ଚିତ୍ତ ରଞ୍ଜନ ଦାସଙ୍କୁ ଉତ୍ତରୀୟ ଓ ଫୁଲତୋଡା ଦେଇ ସମ୍ବର୍ଦ୍ଧିିତ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.