ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ମହାସମାରହୋରେ ପାଳିତ ହୋଇଯାଇଛି।
ଏହି ଦିବସରେ ମାନ୍ୟବର ବିଧାୟକ ମୋହନା ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ଜି.ତିରୁପତି ରାଓ , ସଭାପତି ଜିଲ୍ଲାପରିଷଦ , ଗଜପତି , ଶ୍ରୀଯୁକ୍ତ କାମଦେବ ବଡ଼ନାୟକ , ଅଧ୍ୟକ୍ଷ , ସ୍ଵତନ୍ତ୍ର ଉନ୍ନୟନ ପରିଷଦ , ଗଜପତି , ଶ୍ରୀଯୁକ୍ତ ପୃଥ୍ଵୀରାଜ ମଣ୍ଡଳ , ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି , ଶ୍ରୀ ଅଶୋକ କୁମାର ପଟ୍ଟନାୟକ , ଜିଲ୍ଲା ପଞ୍ଚାୟତ ଅଧିକାରୀ ଗଜପତି , ଗଜପତି , ଶ୍ରୀମତୀ ଫଙ୍ଖଜେନି ଦଳେଇ , ଉପ-ଅଧ୍ୟକ୍ଷା , ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଗଜପତି , ଶ୍ରୀ ଗୌର ଚନ୍ଦ୍ର ପଟ୍ଟନାୟକ , ଗୋଷ୍ଠୀ ଉନ୍ନୟନ ଅଧିକାରୀ , ଗୋଷାଣୀ , ଶ୍ରୀ ଏନ୍. ବୀରରାଜୁ , ଅଧ୍ୟକ୍ଷ , ପଞ୍ଚାୟତ ସମିତି ଗୋଷାଣୀ , ଶ୍ରୀ ଏସ.ବାଲା ରାଜୁ , ଜିଲ୍ଲା ପରିଷଦ ସଭ୍ୟ , ଗୋଷାଣୀ ପ୍ରମୁଖ ମଞ୍ଚାସିନ ଥିଲେ। ମୁଖ୍ୟ ଅତିଥି ତଥା ସମ୍ମାନିତ ଅତିଥି ମାନେ ନିଜ ନିଜ ଅଭିଭାଷଣ କହିଥିଲେ ଯେ ଜିଲ୍ଲାର ସମସ୍ତ ଜନସାଧାରଣ ମିଳିତ ଭାବେ କାର୍ଯ୍ୟ କଲେ ଗ୍ରାମ , ପଞ୍ଚାୟତ ଓ ଜିଲ୍ଲା ବିକାଶ ହୋଇ ପାରିବ। ସେହିପରି ସ୍ୱଚ୍ଛ , ସବୁଜ ପଞ୍ଚାୟତ ଗଠନ କରିବା ନିମନ୍ତେ ସମସ୍ତ ଜନସାଧାରଣ ଏକାଠି ହୋଇ କାମ କରାଇବାକୁ ଅତିଥିମାନେ କହିଥିଲେ।
ସେହିପରି ଜିଲ୍ଲାରେ ଭଲ ପ୍ରଦର୍ଶନ କରିଥିବା ବ୍ଲକ୍ , ଗ୍ରାମ ପଞ୍ଚାୟତ ଓ ଗ୍ରାମକୁ ବେଷ୍ଟ୍ ପୁରସ୍କାର ପ୍ରଦାନ କରାଯାଇଛି , ସେହିପରି ସ୍ୱଚ୍ଛ ଭାରତ ମିଶନ ତରଫରୁ ଗୋଷାଣୀ ବ୍ଲକ୍ ର ଘୋରଣି ଗ୍ରାମ ପଞ୍ଚାୟତକୁ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ ଜିଲ୍ଲାର ତିନି ଗୋଟି ଗ୍ରାମ ପଞ୍ଚାୟତକୁ ପୁରସ୍କାର କରାଯାଇଛି।
ଏହି କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣ କରିବା ନିମନ୍ତେ ପାରଳାଖେମୁଣ୍ଡିର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ପଦାମୃତ ନୃତ୍ୟାୟନ ଓ ସମଲେଇ ନୃତ୍ୟକଳା ପରିଷଦର କଳାକାର ମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ଯକ୍ରମ ପରିବେଷଣ କରାଯାଇଥିଲା। ଉକ୍ତ ଦିବସରେ ବିଭିନ୍ନ ବିଭାଗ ତରଫରୁ ଷ୍ଟଲ୍ ପ୍ରଦର୍ଶନୀ କରାଯାଇଥିଲା।
ଆଜିର ଏହି କାର୍ଯ୍ୟକ୍ରମରେ ଶ୍ରୀ ଟିମନ ଵାରା , ଡିପିଏମ , ଓଏଲଏମ ଗଜପତି , ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ଜିଲ୍ଲା ସଂସ୍କୃତି ଅଧିକାରୀ ଗଜପତି , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ସମେତ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ , ସମିତି ସଭ୍ୟ , ସ୍ଥାନୀୟ ଜନ ପ୍ରତିନିଧି , ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀ , ଅଙ୍ଗନୱାଡ଼ି କର୍ମୀ ଓ ଜନପ୍ରତିନିଧି ସମେତ ଜିଲ୍ଲାପରିଷଦ କାର୍ଯ୍ୟଳୟ ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.