ମହୁଲିଆରେ ଜମିଜମା ସଙ୍କ୍ରାନ୍ତକୁ ନେଇ ୨ଗୋଷ୍ଠୀ ମଧ୍ୟରେ ବିବାଦ

0 2

୨ଟି ମାମଲା ରୁଜୁ ଉଭୟ ଗୋଷ୍ଠୀରୁ ୩ ଗିରଫ ପରେ କୋର୍ଟ ଚାଲାଣ

ଓଡ଼ଗାଁ ୨୨।୪(ଶ୍ରୀକାନ୍ତ କୁମାର ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ମହୁଲିଆ ଗାଁରେ ଜମିଜମା ସଙ୍କ୍ରାନ୍ତକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ଉଭୟ ଗୋଷ୍ଠୀଙ୍କ ତରଫରୁ ଓଡ଼ଗାଁ ଥାନାରେ ୨ଟି ମାମଲା ରୁଜୁ ହୋଇଛି । ଓଡ଼ଗାଁ ପୋଲିସ ଗୋଟିଏ ଗୋଷ୍ଠୀର ଜଣେ ଏବଂ ଅନ୍ୟ ଗୋଷ୍ଠୀର ୨ ଜଣଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଥିବା ଜଣାଯାଇଛି।ସୂଚନା ଅନୁସାରେ ଓଡ଼ଗାଁ ଥାନା ମାମଲା ନମ୍ବର ୧୧୩ ଅଭିଯୋଗକାରୀ ମହୁଲିଆ ଗାଁର କୃଷ୍ଣଚନ୍ଦ୍ର ଦୋରାଙ୍କ ଅଭିଯୋଗ ଅନୁସାରେ ଗତ ୨୦ ତାରିଖ ସୋମବାର ଦିନ ଓଡ଼ଗାଁ ଥାନାକୁ ଆସୁଥିବା ବେଳେ ରାଜେଶ୍ ରାଇସ ମିଲ ଓ ଫରେଷ୍ଟ ନର୍ସରୀ ନିକଟରେ ସେହି ମହୁଲିଆ ଗାଁର ଛବି ପରିଡ଼ା, କୈଳାସ ଚନ୍ଦ୍ର ରାଉତ, ଲକ୍ଷ୍ମୀଧର ନାୟକ, ଶିବ ନାୟକ, ଶଙ୍କର ନାୟକ, ବାଦଲ ରାଉତ ଏବଂ ସନ୍ତୋଷ ଦୋରା ମିଳିତ ଆକ୍ରମଣ କରିଥିଲେ। ସେହିପରି ଓଡ଼ଗାଁ ଥାନା ମାମଲା ନମ୍ବର ୧୧୪ର ଅଭିଯୋଗକାରୀ ମହୁଲିଆ ଗାଁର ଛବି ପରିଡ଼ାଙ୍କ ଅଭିଯୋଗ କ୍ରମେ ଟିଟୁ ଓରଫ ବଳରାମ ରାଉତଙ୍କ ସହିତ ଅନ୍ୟ ୪ ଜଣ ମିଶି ମିଳିତ ଆକ୍ରମଣ କରିଥିଲେ। ଉଭୟ ମାମଲାରେ ଓଡ଼ଗାଁ ପୋଲିସ ଗୋଟିଏ ପକ୍ଷର ବଳରାମ ସାହୁ ଏବଂ ଅନ୍ୟ ପକ୍ଷରୁ ଛବି ପରିଡ଼ା ଓ ଶିବ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ତେବେ ଦୀର୍ଘ ଦିନ ଧରି ମହୁଲିଆ ଗାଁରେ ଗ୍ରାମ୍ୟ ସମସ୍ୟା, ଗୋଷ୍ଠୀଗତ ସମସ୍ୟା ଏବଂ ବ୍ୟକ୍ତିଗତ ସମସ୍ୟା ଲାଗି ରହିଛି।ବିଜେଡି ସମର୍ଥକ ଏବଂ ବିଜେପି ସମର୍ଥକ ମଧ୍ୟରେ ସବୁବେଳେ ଟଣାଓଟରା ଲାଗି ରହି ଥିବାରୁ ଗାଁ ସବୁ ବେଳେ ଅଶାନ୍ତ ରହୁଛି। ଏହାର ପ୍ରଭାବରେ କୈଶୋର ଯୁବକମାନେ ପ୍ରଭାବିତ ହେଉଛନ୍ତି। ପାଠ ପଢ଼ା ବ୍ୟାହତ ହେଉଛି। ମେଳା ମହୋତ୍ସବ, ସଂସ୍କୃତି ପରମ୍ପରା ମଧ୍ୟ ଏମାନଙ୍କୁ ଏକାଠି କରିପାରୁନାହିଁ। ଯଦି ଉଭୟ ଗୋଷ୍ଠୀର ନେତୃତ୍ୱ ଏକଥାକୁ ହୃଦୟଙ୍ଗମ କରି ପାରନ୍ତେ, ତେବେ ନିମିଷକେ ଗାଁକୁ ଶାନ୍ତି ଫେରି ଆସିପାରନ୍ତା।

Leave A Reply

Your email address will not be published.