ବସ୍ତା ୩୦/୧୧: ବସ୍ତା ଥାନା ତଥା ଅମର୍ଦାରୋଡ ଫାଣ୍ଡି ଅନ୍ତର୍ଗତ ଅମର୍ଦାରୋଡ ଶିବ ମନ୍ଦିର(ହାଟ ବଜାର) ନିକଟରେ ଆଜି ଦିନ ପ୍ରାୟ ୧.୩୦ ମିନିଟ ସମୟରେ ଏକ ଖାଲି ଡମ୍ପର ମୟୂରଭଞ୍ଜ ଅଭିମୁଖେ ବେପରୁଆ ଭାବେ ବିୟର ପିଇ ଚାଳକ ଜଣକ ଡମ୍ପର ଚଳାଇ ଯାଉଥିବା ସମୟରେ ହଠାତ ଭାରସାମ୍ୟ ହରାଇ ହାଟ ନିକଟରେ ଏକ ସ୍କୁଟିକୁ ଧକ୍କା ଦେଇ ଥିଲା। ସ୍କୁଟି ଚାଳକ ସ୍କୁଟି ଛାଡି ଡେଇଁ ପଳାଇବା ଫଳରେ ମୃତ୍ୟୁ ମୁଖରୁ ଅଳ୍ପକେ ବାର୍ତ୍ତିଯାଇଥିଲେ।ସେତିକି ନୁହେଁ ପରେ ଡମ୍ପର ଚାଳକ ଜଣଙ୍କ ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା।ଧକ୍କା ଦେବା ଫଳରେ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଗୁଣ୍ଡ ହୋଇ ଯାଇଥିଲା। ଯାଫଳରେ ଡମ୍ଫରଟି ଅଟକି ଯାଇଥିଲା।ଖସି ପଳେଇ ବାର ସମୟ ପାଇବା ପୂର୍ବରୁ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ଅହଞ୍ଚି ଚାଳକଙ୍କୁ ଅଟକ ରଖିବା ସହ କ୍ଷତି ପୁରଣ ଦାବିରେ ଗାଡିଟିକୁ ଅଟକ ରଖିଛନ୍ତି ସ୍ଥାନୀୟ ଲୋକେ।ସୂଚନା ଅନୁସାରେ ଆଜି ଦିନ ପ୍ରାୟ ୧.୩୦ ମିନିଟ ସମୟରେ ଓଡ଼ି ୨୨ ଏ ଏ ୭୮୬୦ ନମ୍ବର ବିଶିଷ୍ଟ ଏକ ଡମ୍ପର ମୟୂରଭଞ୍ଜ ଅଭିମୁଖେ ଯାଉଥିବା ସମୟରେ ଏପରି ଦୃଘଟଣା ଘଟାଇବା ପରେ ଉତ୍ୟକ୍ତ ଜନସାଧାରଣ କ୍ଷତି ପୁରାଣ ଦାବିରେ ଗାଡ଼ିକୁ ଅଟକ ରଖିବା ସହ ପୋଲିସକୁ ଖବର ଦେଇ ଥିଲେ।ଯେତେ ପର୍ଯ୍ୟନ୍ତ ଗାଡ଼ି ମାଲିକ ଆସି କ୍ଷତି ପୁରଣ ନ ଦେବା ପର୍ଯ୍ୟନ୍ତ ଆମେ ଗାଡ଼ି ଛାଡ଼ିବୁ ନାହିଁ। କ୍ଷତି ପୁରଣ ଦେବା ପରେ ଆମେ ପୋଲିସକୁ ଗାଡ଼ି ହସ୍ତାନ୍ତର କରିବୁ ବୋଲି ଜିଦରେ ଅଡି ବସିଥିଲେ।ହେଲେ ନିଉଜ ଲେଖା ହେବା ପର୍ଯ୍ୟନ୍ତ ଘଟଣାର ସମାଧାନ ହୋଇନଥିଲା।ଡମ୍ପର ସେହିପରି ଛିଡା ହୋଇ ରହିଥିଲା ବଜାରରେ।
Sign in
Sign in
Recover your password.
A password will be e-mailed to you.
Next Post