ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ( ବୁଧବାର ) ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟର ସିଭିଲ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ବିଶ୍ୱ ପୃଥିବୀ ଦିବସ – ୨୦୨୬ ଉତ୍ସାହ ଓ ପରିବେଶ ସୁରକ୍ଷା ପ୍ରତି ଦୃଢ଼ ପ୍ରତିବଦ୍ଧତା ସହିତ ଆୟୋଜିତ ହୋଇଥିଲା।
କାର୍ଯ୍ୟକ୍ରମର ସଂଯୋଜକ ଡ଼. ମଦନ ମୋହନ ରାଉତ ନବୀକରଣଶୀଳ ଉର୍ଜାର ପ୍ରଚାର , ଉର୍ଜା ସଞ୍ଚୟ ଏବଂ ଅବଶିଷ୍ଟ ପଦାର୍ଥ କମାଇବା ପାଇଁ ସମୁହିକ ପଦକ୍ଷେପର ଆବଶ୍ୟକତା ଉଲ୍ଲେଖ କରିଥିଲେ ଏବଂ ଛାତ୍ରଛାତ୍ରୀମାନଙ୍କୁ ସସ୍ଥାୟୀ ଉନ୍ନୟନର ରାଷ୍ଟ୍ରଦୂତ ହେବାକୁ ଆହ୍ୱାନ କରିଥିଲେ। ସିଭିଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଡ଼. ରାଜୀବ କୁମାର ମାଝୀ ବିଭାଗ ପକ୍ଷରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକଳାପ ବିଷୟରେ ଆଲୋକପାତ କରିଥିଲେ , ବିଶେଷ କରି ପ୍ରାୟୋଗିକ ଶିକ୍ଷା , ନବୀକରଣଶୀଳ ଉର୍ଜା ମଡେଲ୍ ଏବଂ ପରିବେଶମୁଖୀ ପଦକ୍ଷେପ ଗୁଡ଼ିକ ଉପରେ।
ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (SoET)ର ଡିନ୍ ଡ଼. ପ୍ରଫୁଲ୍ଲ କୁମାର ପଣ୍ଡା ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ ପ୍ରଯୁକ୍ତିଗତ ନବୀନତାର ଗୁରୁତ୍ୱ ବିଷୟରେ କହିଥିଲେ ଏବଂ ଛାତ୍ରଛାତ୍ରୀମାନଙ୍କୁ ପରିବେଶ-ମିତ୍ର ସମାଧାନ ଉନ୍ନତ କରିବାକୁ ପ୍ରେରିତ କରିଥିଲେ।
ଡ଼. ରିତେଶ , ଡିନ୍ ଅଫ୍ ଷ୍ଟୁଡେଣ୍ଟ ଅଫେୟର୍ସ , ଛାତ୍ରଛାତ୍ରୀମାନଙ୍କୁ ପରିବେଶ ସମ୍ବନ୍ଧୀୟ କାର୍ଯ୍ୟରେ ସକ୍ରିୟ ଭାଗ ନେବା ଓ ଦୈନନ୍ଦିନ ଜୀବନରେ ସବୁଜ ଅଭ୍ୟାସ ଅନୁସରଣ କରିବାକୁ ପ୍ରେରଣା ଦେଇଥିଲେ। ରେଜିଷ୍ଟ୍ରାର ଡ଼. ଅନିତା ପାତ୍ର ଆୟୋଜକ ମଣ୍ଡଳୀର ପ୍ରୟାସକୁ ପ୍ରଶଂସା କରିଥିଲେ ଏବଂ ପରିବେଶ ସଚେତନତା ବିକାଶରେ ସଂସ୍ଥାଗତ ସହଯୋଗର ଗୁରୁତ୍ୱ ଉଲ୍ଲେଖ କରିଥିଲେ।
ଭାରତ ସରକାରଙ୍କ ପୃଥିବୀ ବିଜ୍ଞାନ ମନ୍ତ୍ରାଳୟର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନବୀକରଣଶୀଳ ଉର୍ଜା ମଡେଲ୍ ପ୍ରଦର୍ଶନୀ , ବିଶେଷଜ୍ଞ ଉପସ୍ଥାପନା , କ୍ୱିଜ୍ ପ୍ରତିଯୋଗିତା , “ସେଭ୍ ଏନର୍ଜି , ସେଭ୍ ଅର୍ଥ” ବାର୍ତ୍ତା ସହ ରାଲି ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପ୍ରାୟ ୧୨୦ ଜଣ ଉତ୍ସାହୀ ଛାତ୍ରଛାତ୍ରୀ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ , ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ, ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଏବଂ ଜବାହର ନବୋଦୟ ବିଦ୍ୟାଳୟରୁ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାଗ ନେଇଥିଲେ।
ସମସ୍ତ ଅତିଥିବୃନ୍ଦ ଏହି ବର୍ଷର ଥିମ୍ “ଆୱର୍ ପାୱର୍ , ଆୱର୍ ପ୍ଲାନେଟ୍” ର ସନ୍ଦେଶକୁ ପୁନରୁଚ୍ଚାରଣ କରି ପୃଥିବୀକୁ ସୁରକ୍ଷିତ ଓ ସଂରକ୍ଷିତ କରିବା ପାଇଁ ସମୁହିକ ପ୍ରୟାସର ଆହ୍ୱାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.