୩ ଦିନ ଅନ୍ଧାରରେ ବନଶ୍ରୀ ଆଶ୍ରମ ଅନ୍ତେବାସୀ –

0 2

ଜି.ଉଦୟଗିରି/୨୧/୦୪:  ଜି.ଉଦୟଗିରି ବ୍ଲକ ଗ୍ରେସିଙ୍ଗିଆ ପଞ୍ଚାୟତ ରେ ରହିଅଛି ବନଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ।ଏଠାରେ 110 ଜଣ ଛାତ୍ରୀ ହଷ୍ଟେଲ ରେ ରହୁଛନ୍ତି।କିନ୍ତୁ ପରିତାପର ବିଷୟ ଯେ ଗତ ଶୁକ୍ରବାର ରାତ୍ର ଠାରୁ ଏଠାରେ ବିଦ୍ୟୁତ୍ ନ ଥିବାରୁ ଛାତ୍ରୀ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।ସେମାନେ ଦୁଇ ଦିନ ହେଲା ଗାଧୋଇ ନାହାଁନ୍ତି।ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଏହି ବିଦ୍ୟାଳୟ ଓ ହଷ୍ଟେଲ ରୁ ମିଳିଅଛି ବିକଳ ଚିତ୍ର।ପ୍ରଧାନ ଶିକ୍ଷୟତ୍ରୀ ବିଦ୍ୟାଳୟ ଭିତରକୁ ଯିବାକୁ ବାରଣ କରିଛନ୍ତି।କିନ୍ତୁ କ୍ୟାମେରା ସମ୍ମୁଖ ରେ କିଛି କହି ନ ଥିଲେ ମଧ୍ୟ ସେ କହିଛନ୍ତି 10000 ଟଙ୍କା ବକେୟା ଅର୍ଥ ପୈଠ କରି ନ ଥିବାରୁ ବିଦ୍ୟୁତ୍ ସେବା ବନ୍ଦ ଅଛି।ଆଜି ଟଙ୍କା ବନ୍ଧା ଯାଇଅଛି।ଅଭିଯୋଗ କରିଅଛି,କିନ୍ତୁ ବର୍ତ୍ତମାନ ସୁଦ୍ଧା ସୁଫଳ ମିଳି ପାରିନାହିଁ।ବିଦ୍ୟାଳୟ ରେ ପଢୁଥିବା ଛାତ୍ରୀ ମାନେ ପାଠ ପଢା ରେ ଅସୁବିଧା ସହ ହଷ୍ଟେଲ ରେ ରହୁଥିବା ଅନ୍ତେବାସୀ ମାନେ ମଧ୍ୟ ଅସୁବିଧାର ସମ୍ମୁଖିନ ହେଉଛନ୍ତି।କିନ୍ତୁ କିଛି ସ୍ଥାନୀୟ ଲୋକ ଏହି ବିଦ୍ୟୁତ୍ ସେବା ବନ୍ଦ ଥିବାରୁ ପ୍ରତିବାଦ ବି କରିଛନ୍ତି।ନିଛାଟିଆ ସ୍ଥାନରେ ଏହି ହଷ୍ଟେଲ ଓ ବିଦ୍ୟାଳୟ ଥିବାରୁ ରାତିରେ ଛାତ୍ରୀ ମାନେ ସୁରକ୍ଷିତ ନ ଥିବାର ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି।ଏଣୁ ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରି ବିଦ୍ୟୁତ୍ ସେବା ଯୋଗାଇଦେଲେ ଏହାର ପଢୁଥିବା ଛାତ୍ରୀ ଓ ହଷ୍ଟେଲ ରେ ରହୁଥିବା ଛାତ୍ରୀ ମାନେ ଉପକୃତ ହୋଇ ପାରିବେ।

Leave A Reply

Your email address will not be published.