ଓଡ଼ଗାଁ, ୨୦।୪ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଠାରେ ଅବସ୍ଥିତ ଶ୍ରୀରଘୁନାଥ ଜିଉଙ୍କ ପବିତ୍ର ପୀଠରେ ପ୍ରତିବର୍ଷ ପରି ଅକ୍ଷୟ ତୃତୀୟା ପୂଣ୍ୟ ତିଥି ଅବସରରେ ରଘୁନାଥ ଚିନ୍ତନଚକ୍ର ପକ୍ଷରୁ ୪୯ତମ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି।ସୋମବାର ଠାରୁ ଆରମ୍ଭ ହୋଇଥିବା ଏହି ଧାର୍ମିକ ଆୟୋଜନ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଝୁଲଣ ମଣ୍ଡପରେ ନବାହ୍ନ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ, ଭଞ୍ଜ ମଣ୍ଡପରେ ରାମ କଥାମୃତ ଜ୍ଞାନ ଯଜ୍ଞ ଅନୁଷ୍ଠିତ ହେବ। ଏହି ଅବସରରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବିଦ୍ୱାନ ବକ୍ତାମାନେ ରାମକଥା ପ୍ରବଚନ ପ୍ରଦାନ କରିବେ। ରାମକଥା ଶ୍ରବଣ ପାଇଁ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଭାରି ଉତ୍ସାହ ଦେଖାଯାଇଥିବା ସହ ସଭାସ୍ଥଳରେ ଭକ୍ତମାନଙ୍କର ଭିଡ଼ ବୃଦ୍ଧି ପାଉଛି। ସଭାପତି ଦିଲ୍ଲୀପ କୁମାର ହୋତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ଗାଁ ଆଇଆଇସି ନାରାୟଣ ବାରିକ, ଓଡ଼ଗାଁ ରେଞ୍ଜର ଅଭିମନ୍ୟୁ ମଲିକଙ୍କ ସହିତ ଅନ୍ୟ ମଞ୍ଚାସୀନ ଅତିଥି ମାନେ ଉପସ୍ଥିତ ରହି ସତ୍ୟର ଅନୁସନ୍ଧାନ ପାଇଁ ଭଗବାନଙ୍କ ଚରିତଗାଥାକୁ ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ଏପରିକି ବର୍ତ୍ତମାନ ସମାଜରେ ମନୁଷ୍ୟ ମାନଙ୍କୁ ଉଚିତ୍ ସୁଧାର ଆଣିବାରେ ଅନେକ ସହଯୋଗ ହୋଇପାରିବ । ଏହି କାର୍ଯ୍ୟକ୍ରମ ୯ ଦିନ ଧରି ଚାଲିବ ବୋଲି ଆୟୋଜକମାନେ କମିଟି ସୂଚନା ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post