ଓଡ଼ଗାଁ, ୨୦।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ପଞ୍ଚାୟତ ସମିତି ପରିସରରେ ସୋମବାର ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଜିଲ୍ଲା ଓ ବ୍ଲକର ବିଭିନ୍ନ ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ରହି ଲୋକମାନଙ୍କ ଅଭିଯୋଗ ଶୁଣିଥିଲେ। ଶିବିରରେ ମୋଟ ୪୬ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ଏହାମଧ୍ୟରୁ ୪୦ଟି ବ୍ୟକ୍ତିଗତ ଅଭିଯୋଗ, ୫ଟି ଗ୍ରାମ ସମୂହ ସମସ୍ୟା ଓ ୧ଟି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ସମ୍ପର୍କିତ ଥିଲା। ଶିବିରରେ ୨୫ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିବା ବେଳେ ଅବଶିଷ୍ଟ ମାମଲାଗୁଡ଼ିକୁ ଆବଶ୍ୟକ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ପୃକ୍ତ ବିଭାଗକୁ ପଠାଯାଇଛି। ଶିବିରରେ ରାବରା ଗ୍ରାମରେ ପୋଡ଼ିଯାଇଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ପୁନଃସ୍ଥାପନ ପାଇଁ ଗ୍ରାମବାସୀମାନେ ଅଭିଯୋଗ କରିଥିଲେ। ଖରା ଦିନ ହେତୁ ଓଡ଼ଗାଁ ଅଞ୍ଚଳର ବିଭିନ୍ନ ସ୍ଥାନରେ ଲୋ ଭୋଲ୍ଟେଜ ଯୋଗୁଁ ଫ୍ୟାନ ଚାଲୁ ନହେବା ସମସ୍ୟା ମଧ୍ୟ ଉଠିଥିଲା। ଏହାସହ ଓଡ଼ଗାଁ ଏନ୍ଏସିର ମୁଣ୍ଡିଆ ସାହିରେ ବିଦ୍ୟୁତ ଯୋଗାଣ ସୁବିଧା ପାଇଁ ସ୍ଥାନୀୟ ବାସିନ୍ଦାମାନେ ଦାବି ଉଠାଇଥିଲେ। ଏହି ଜନଶୁଣାଣି ଶିବିରରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଓ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଲଗ୍ନଜିତ ରାଉତ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା, ଭାରପ୍ରାପ୍ତ ମୁଖ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା. ପୁଷ୍ପା ନିଳିମା ଲାକ୍ରା, ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଗୀତାଞ୍ଜଳୀ ସାହୁ ଉପସ୍ଥିତ ଥିଲେ। ତଥା ସାମାଜିକ ସୁରକ୍ଷା ଅଧିକାରୀ ରାଜସ୍ୱିନୀ ପ୍ରଧାନ, ବିଡିଓ ପ୍ରିତିବାଳା ରଣା, ଅତିରିକ୍ତ ତହସିଲଦାର ଜି. ଶ୍ରୀନୁ, ଏନ୍ଏସି ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା, ଆଇଆଇସି ସତ୍ୟନାରାୟଣ ବାରିକ, ସହକାରୀ ଯନ୍ତ୍ରୀ ମନୋଜ କୁମାର ରାଉତ ଓ ସୁବାଷ ଚନ୍ଦ୍ର ସ୍ୱାଇଁ ସହିତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଜନ ସମସ୍ୟା ଶୁଣିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post