କେନ୍ଦୁଝର, ତା୧୯/୩- ଘଟଗାଁ ଥାନା ସ୍ଵାମପାଟଣା ବ୍ଲକ ଚିନାମାଳିପଶି ପଞ୍ଚାୟତ ଅନ୍ତର୍ଗତ ମହୁଲଡିହା ଗ୍ରାମର ଦାସ ମୁଣ୍ଡାଙ୍କ ଝିଅ ସୁଭଦ୍ରା ମୁଣ୍ଡା (୧୫) ଗତକାଲି ରାତିରେ ସର୍ପାଘାତରେ ମୃତ୍ଯବରଣ କରିଛି। ସେ ଶୋଇଥିବା ବେଳେ ଏକ ଚିତି ସାପ ତା’ର ବାମଗୋଡକୁ କାମୁଡି ଦେଇଥିଲା। ସେ ସଙ୍ଗେସଙ୍ଗେ ପରିବାର ଲୋକଙ୍କୁ କହିଥିଲା। ତା’କୁ ପ୍ରଥମେ ଘଟଗାଁ ଓ ପରେ ପରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା,ତେବେ ଆଜି ଚିକିତ୍ସିତ ଅବସ୍ଥାରେ ସକାଳେ ତା’ର ମୃତ୍ୟୁ ହୋଇଯାଇଛି। ସେ ନବମ ଶ୍ରେଣୀ ପରୀକ୍ଷା ଦେଇ ଦଶମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇଥିଲା। ଖବରପାଇ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ତ୍ରିନାଥ ନାଏକ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଆଜି କେନ୍ଦୁଝର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଶବର ପୋଷ୍ଟମୋର୍ଟମ କରାଇ ଶବକୁ ପରିବାର ଲୋକେଙ୍କୁ ହସ୍ତାନ୍ତର କରିଛନ୍ତି। ତେବେ ସୁଭଦ୍ରାର ମୃତ୍ଯ ଯୋଗୁଁ ଆଜି ଉକ୍ତ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।
Sign in
Sign in
Recover your password.
A password will be e-mailed to you.