କେନ୍ଦ୍ରାପଡ଼ା:୨୭.୦୨(ପ୍ରଫୁଲ୍ଲ କୁମାର ମଲ୍ଲ) ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ,ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନ ମିଳିତ ପ୍ରୟାସରେ 25 ଫେବୃଆରୀ 2026 ତାରିଖରେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳପଡ଼ିଆ ପ୍ରାଙ୍ଗଣରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା 2025–26 ସଫଳତାର ସହ ଆୟୋଜିତ ହୋଇଥିଲା।
ମହାକାଳପଡ଼ାର ମାନ୍ୟବର ବିଧାୟକ ଡ଼ା. ଦୁର୍ଗା ପ୍ରସନ୍ନ ନାୟକ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ, କେନ୍ଦ୍ରାପଡ଼ା ପୌରପାଳିକା ଅଧ୍ୟକ୍ଷା ସରିତା ସାହୁ, ବ୍ଲକ୍ ଅଧ୍ୟକ୍ଷା ମିରାରାଣୀ ମହାନ୍ତି, ଜିଲ୍ଲାପାଳ ରଘୁରାମ ଆର ଆୟର,ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ (ଭାରପ୍ରାପ୍ତ) ଇନ୍ଦିରା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ନିଯୁକ୍ତି ମେଳାରେ ମୋଟ 1,168 ଜଣ ପ୍ରାର୍ଥୀ (ପୁରୁଷ–642, ମହିଳା–526) ନୂତନ କାଉଣ୍ଟରରେ ନିବନ୍ଧନ କରିଥିଲେ। 37 ଟି ସିଧାସଳଖ ନିଯୁକ୍ତିଦାତା ସଂସ୍ଥା ଓ 16 ଟି OSDA ପିଆଇଏ ଏହି ମେଳାରେ ଅଂଶଗ୍ରହଣ କରିଥିଲେ।
ମୋଟ 688 ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିଦାତାଙ୍କ ସହ ଯୋଡ଼ା ଯାଇଥିବାବେଳେ 354 ଜଣଙ୍କୁ ସ୍ୱଳ୍ପମିଆଦି ପ୍ରଶିକ୍ଷଣ ପାଇଁ ଟ୍ୟାଗ୍ କରାଯାଇଥିଲା। ଏହାସହ 126 ଜଣ ପ୍ରାର୍ଥୀଙ୍କୁ ସରକାରୀ ITI/ପଲିଟେକ୍ନିକ୍, WSC ଓ JSS ସହ ଯୋଡ଼ାଯାଇଥିଲା।ନାନୋ ୟୁନିକର୍ନ ଯୋଜନା ଅନ୍ତର୍ଗତ 14 ଜଣ ଲାଭାନ୍ବିତଙ୍କୁ ମୋଟ ରୁ. 14,00,000/- ର ସିଡ୍ ଫଣ୍ଡ ପ୍ରଦାନ କରାଯାଇ ଉଦ୍ୟମିତାକୁ ପ୍ରୋତ୍ସାହନ ଦିଆଯାଇଛି।
ଏହି ମେଗା ନିଯୁକ୍ତି ମେଳାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଯୁବ ଯୁବତୀମାନଙ୍କ ଉତ୍ସାହଭରା ଅଂଶଗ୍ରହଣ ଦେଖାଯାଇଥିଲା। ଯୁବମାନଙ୍କୁ ନିଯୁକ୍ତି ଓ କୌଶଳ ବିକାଶ ସୁଯୋଗ ସହ ଯୋଡ଼ିବାରେ ଏହି ମେଳା ଗୁରୁତ୍ୱପୂର୍ଣ୍ଣ ମଞ୍ଚ ରୂପେ ପ୍ରମାଣିତ ହୋଇଛି।
Sign in
Sign in
Recover your password.
A password will be e-mailed to you.