ନବରଙ୍ଗପୁର ତା ୧୯.୨.୨୦୨୬: ଅଶୋକ ସାହୁ,ଗତକାଲି ତା୧୮.୨.୨୦୨୬ ରିଖ ଦିନ ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ଶିଶୁ ଓ ମହିଳା ମାନଙ୍କ ସ୍ବାସ୍ଥ୍ୟ ଓ ପୋଷଣ ସମ୍ବନ୍ଧୀୟ ସ୍ବାସ୍ଥ୍ୟ ଓ ସମାଜ କଲ୍ୟାଣ ବିଭାଗ ର ଯୁଗ୍ମ ସମିକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଜିଲ୍ଲାପାଳ ସ୍ୱାସ୍ଥ୍ୟ ଓ ମହିଳା ଓ ଶିଶୁ ବିଭାଗର ବିଭିନ୍ନ ସୂଚକାଙ୍କ କୁ ସମୀକ୍ଷା କରି ବିଶେଷକରି କମ୍ ବୟସର ବିବାହ ଓ କମ୍ ବୟସର ଗର୍ଭଧାରଣ ରୋକିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲାର କେତେକ ସ୍ଥାନରେ ଏପରି ଘଟଣା ଘଟିଲେ ସମ୍ପୃକ୍ତ ପରିବାର ସଦସ୍ୟଙ୍କ ବିରୋଧରେ ତଦକ୍ଷଣାତ ପୋଲିସ ଠାରେ ଏଫଆଇଆର କରିବାକୁ କଠୋର ନିର୍ଦ୍ଦେଶ ଦେଇଥିଲେ।
ତେନ୍ତୁଳିଖୁଣ୍ଟି ଓ ଝରିଗାଁ ବ୍ଲକର ଦୁର୍ଗମ ଅଞ୍ଚଳରେ ଆନୁଷ୍ଠାନିକ ପ୍ରସବ ଘଟଣା ଅଧିକଥିବାରୁ ଜିଲ୍ଲାପାଳ ଗଭୀର ଚିନ୍ତାବ୍ୟକ୍ତ କରି ସଂପୃକ୍ତ ଅଧିକାରୀ ଆଶାକର୍ମୀଙ୍କ ଦ୍ଵାରା କ୍ଷେତ୍ର ପରିଦର୍ଶନ ପୂର୍ବକ ଦୃଢ ପଦକ୍ଷେପ ନେବାକୁ କହିଥିଲେ। ସେଠାରେ ଅତିରିକ୍ତ “ମାଆ ଗୃହ” କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ରାଜ୍ୟ ମିଶନ ନିର୍ଦ୍ଦେଶିକା ଙ୍କ ପାଖକୁ ପ୍ରସ୍ତାବ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ।
“ଟେକ୍ ହୋମ୍ ରେସନ୍ “ପୋଷଣ କାର୍ଯ୍ୟକ୍ରମକୁ ଅଧିକ କାର୍ଯ୍ୟକାରୀ କରିବା ପାଇଁ ଉପଜିଲ୍ଲାପାଳଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରଗୁଡିକରେ ହଠାତ୍ ନିରୀକ୍ଷଣ କରି ସଠିକ୍ ଭାବେ କାର୍ଯ୍ୟକାରୀ ହେବାକୁ ନିର୍ଦ୍ଦେଶ ଦେଇଥିଲେ।
ଜିଲ୍ଲାରେ ମାତୃ ଓ ଶିଶୁ ମୃତ୍ୟୁ ରୋକିବାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଜିଲ୍ଲାପାଳ କହିଥିଲେ ଯେ, ମାତୃ ମୃତ୍ୟୁ ଘଟଣାରେ ଯଦି କୌଣସି କର୍ମଚାରୀଙ୍କ ଅବହେଳା ପ୍ରମାଣିତ ହୁଏ, ତେବେ ସେମାନଙ୍କ ବିରୋଧରେ ତଦ କ୍ଷଣାତ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବୈଠକରେ ୨ଟି ମାତୃମୃତ୍ୟୁ ଘଟଣାର ସମୀକ୍ଷା କରାଯାଇ ଆବଶ୍ୟକ ନିର୍ଦ୍ଦେଶ ଜାରି କରାଯାଇଥିଲା।
ପ୍ରଜନନ, ମାତୃ, ନବଜାତ, ଶିଶୁ ଏବଂ କିଶୋର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ସମୀକ୍ଷା କରାଯାଇ ସୂଚକମାନକୁ ସୁଧାରିବା ପାଇଁ ବିଶେଷ ନିର୍ଦ୍ଦେଶ ଦିଆଯାଇଥିଲା। ଉମରକୋଟ ଓ ନବରଙ୍ଗପୁରର ପୋଷଣ ପୁନର୍ବାସ କେନ୍ଦ୍ର (NRC) କୁ ଅଧିକ ଅତି ପ୍ରବଳ ଅପପୁଷ୍ଟି ଥିବା ( ସାମ୍) ଶିଶୁମାନଙ୍କୁ ଚିହ୍ନଟ କରି ପ୍ରେରଣ କରିବା ସହ ୧୦୦% ଶତପ୍ରତିଶତ ଶଯ୍ୟା ପୂରଣ ସୁନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।
ଏହି ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ୍ , ଉପ-ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡ଼ ମଳୟ ପ୍ରଧାନ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡ଼ ମଳୟ କୁମାର ତ୍ରିପାଠୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଦ୍ରପୌଦୀ କହଁର,ଜିଲ୍ଲା ସ୍ତରୀୟ ଅଧିକାରୀ,ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧୀକ୍ଷକ, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ, ଡି ପି ଏମ( ଏନ୍ ଏଚ ଏମ) ଶଙ୍କର ଆଚାର୍ଯ୍ୟ,ଜିଲ୍ଲା ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ପରିଚାଳକ , ମହିଳା ଓ ଶିଶୁ ବିକାଶର ସମସ୍ତ ସି ଡି ପି ଓ,କର୍ମଚାରୀ ଓ ସ୍ଵାସ୍ଥ୍ୟ ବିଭାଗ ର କ୍ଷେତ୍ର କର୍ମଚାରୀଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post