ଦେଶୀ ବନ୍ଧୁକ,ଗୁଳି, ଟାଙ୍ଗିଆ, ଟର୍ଚ୍ଚ ଲାଇଟ ଓ ଶିକାର ସରଞ୍ଜାମ ଜବତ, ଦୁଇ ଶିକାରୀ ଗିରଫ

0 2

ଓଡଗାଁ, ୧୮।୨(ଶ୍ରୀକାନ୍ତ କୁମାର ମିଶ୍ର)ନୟାଗଡ଼ ବନ ଖଣ୍ଡ ଓ ଓଡଗାଁ ବନାଞ୍ଚଳ ଅନ୍ତର୍ଗତ ଶୂଳିଆ ସରଂକ୍ଷିତ ଜଙ୍ଗଲରେ ବନ ବିଭାଗ ପେଟ୍ରୋଲିଙ୍ଗ କରୁଥିବା ବେଳେ ମଙ୍ଗଳବାର ବିଳମ୍ବିତ ରାତି ବୁଧବାର ଭୋର ସମୟରେ ବନ୍ୟ ଜନ୍ତୁ ଶିକାର କରିବାକୁ ଜଙ୍ଗଲରେ ବୁଲୁଥିବା ବେଳେ ଦୁଇ ଶିକାରୀଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛନ୍ତି । ଗିରଫ ଦୁଇ ଶିକାରୀ ଅଭିଯୁକ୍ତ ହେଲେ ବାହାଡାଝୋଲା ନିକଟସ୍ଥ ଜାମୁଝୋଲା ଗ୍ରାମର ଯୋଗେନ୍ଦ୍ର ଖଟୁଆ (୫୫) ଓ ହାତିଆଶିଳା ଗ୍ରାମର କିଶୋର ପଣ୍ଡା (୫୦) । ଉଭୟେ ଦେଶୀ ବନ୍ଧୁକ ଓ କେତେକ ଶିକାରୀ ସରଞ୍ଜାମ ସହିତ ବିଳମ୍ବିତ ରାତିରେ ଜଙ୍ଗଲରେ ସନ୍ଦେହ ଜନକ ଭାବେ ରହିଥିବା ବେଳେ ଶିକାର ଉଦେଶ୍ୟରେ ଜଙ୍ଗଲ ମଧ୍ୟରେ ନିଆଁ ଲଗାଇବା ବନ ବିଭାଗ କର୍ମଚାରୀଙ୍କ ନଜରକୁ ଆସିଥିଲା । ବନ ବିଭାଗ ଉଭୟଙ୍କୁ କାବୁ କରିବା ସହିତ ସେମାନଙ୍କ ଠାରୁ ସମସ୍ତ ଶିକାର ସରଞ୍ଜାମ ଜବତ କରି ଉଭୟଙ୍କୁ କୋର୍ଟ ଚାଲାଣ କରିଥିବା ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲିକ ସୂଚନା ଦେଇଛନ୍ତି । ପେଟ୍ରୋଲିଙ୍ଗ ସମୟରେ ବନାଞ୍ଚଳ ଅଧିକାରୀ ମାଲିକଙ୍କ ସହିତ ବାହାଡାଝୋଲା ବନପାଳ ମନୋଜ କୁମାର ସେଠି ଓ ବନରଖି କବୀର ସାହୁ ସାମିଲ ଥିଲେ ।

Leave A Reply

Your email address will not be published.