ଓଡ଼ଗାଁ,୧୮। ୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୋମଣ୍ଡ ଏବଂ ଭଗବତୀ ପ୍ରସାଦ ଅଞ୍ଚଳରେ ବେଆଇନ ଭାବେ ମାଙ୍କଡା ପଥର ଖଣିରୁ ରାତିରେ ନିୟମିତ ଚୋରା ଚାଲାଣ ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଥିବା ବେଳେ ରାଜସ୍ବ ନିରୀକ୍ଷକଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ସ୍ତରୀୟ ପ୍ରଶାସନିକ ଅଧିକାରୀ ମାନଙ୍କୁ ଏନେଇ ଅପନିନ୍ଦାର ଶିକାର ହେବାକୁ ପଡ଼ିଥିଲା । ପରବର୍ତ୍ତୀ ସମୟରେ ମାଙ୍କଡ଼ା ଖଣିରେ ବଡ଼ଧରଣର ଚଢ଼ାଉ କରାଯିବା ପରେ ପଥର କଟା ଏବଂ ଚୋରା ଚାଲାଣ ବନ୍ଦ ରହିଥିଲା । ବର୍ତ୍ତମାନ କେତେଜଣ ଅସାଧୁ ବ୍ୟବସାୟୀ ରାତିରେ ପଥର କାଟି ଚାଲାଣ କରୁଥିବା ବେଳେ ଏହାକୁ ପ୍ରୋଟେକସନ୍ ଦେବାପାଇଁ ପ୍ରତି ଛକରେ ସିକୁରିଟି ରଖାଯାଉଛି। ସୋମବାର ରାତିରେ ଓଡ଼ଗାଁ ପୋଲିସ ଚୋରା ଚାଲାଣ ହେଉଥିବା ମାଙ୍କଡ଼ା ପଥର ସହିତ ୪୦୭ ମିନିଟ୍ରକକୁ କୋମଣ୍ଡ ଖଣି ନିକଟ ରାସ୍ତାରୁ ଜବତ କରି କୋମଣ୍ଡ ଗୈ।ଡସାହିର ଚାଳକ ହୃଷିକେଶ ଦଳେଇ(୪୫) ଙ୍କୁ ଓଡ଼ଗାଁ ଥାନାକୁ ଆଣିଥିଲେ । ଓଡ଼ଗାଁ ପୋଲିସ ୪୯/୨୦୨୬ ଏନେଇ ଏକ ମାମଲା ରୁଜୁ କରି କ୍ଷୁଦ୍ର ଖଣିଜ ପଦାର୍ଥ ବେଆଇନ ଚାଲାଣ ଅଭିଯୋଗରେ ଚାଳକକୁ ଗିରଫ କରି ଜାମିନରେ ଛାଡିଥିଲେ । ସୁଚନା ଥାଉକି ଗତ ୧୧ ତାରିଖ ରାତିରେ ନୟାଗଡ଼ ଖଣି ବିଭାଗ ଭଗବତୀ ପ୍ରସାଦ ପଥର ଖଣିରେ ଚଢ଼ାଉ ବେଳେ ପଥରକଟାରେ ବ୍ୟବହୃତ ପାଓ୍ବାର ଟିଲର ଓ ପରିବହନ ନିମନ୍ତେ ଥିବା ମିନିଟ୍ରକ ଘଟଣାସ୍ଥଳରୁ ଗାଏବ ହୋଇଯାଇଥିଲା ବେଳେ ଖଣି ବିଭାଗ ଗୋଟିଏ ଟ୍ରାକ୍ଟରକୁ ଜବତ୍ କରି ଓଡ଼ଗାଁ ଥାନାକୁ ଆଣିଥିଲେ । ଏହିପରି ପ୍ରତିଦିନ ବେଆଇନ ଭାବେ ମାଙ୍କଡ଼ା ପଥର କାଟୁଥିବା ମାଫିଆଙ୍କ ସହିତ ଖଣି ବିଭାଗର ଚୋର ପୋଲିସ ଖେଳ ଚାଲିଛି । ଏକ ଜିଲ୍ଲା ସ୍ତରୀୟ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ କରାଗଲେ ଯାଇ ଏହାକୁ ରୋକାଯାଇପାରିବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।
Sign in
Sign in
Recover your password.
A password will be e-mailed to you.
Next Post