ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ଗୋଲା ସାହି ଯାଦବକୁଳ ତରଫରୁ ସତ୍ ସଙ୍ଗ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ କଳସ ଶୋଭାଯାତ୍ରା ଏବଂ ନଗର ପରିକ୍ରମା ଅନୁଷ୍ଠିତ ହେବା ସହ ସାହିର ଏକ ଅସ୍ଥାୟୀ ମଣ୍ଡପରେ ପ୍ରଭୁ ଜଗନ୍ନାଥ ଏବଂ ଶ୍ରୀକୃଷ୍ଣଙ୍କର ପ୍ରତିମା ସ୍ଥାପନ କରାଯାଇ ପ୍ରବଚନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି I କାର୍ଯ୍ୟକ୍ରମରେ ପ୍ରବଚକ ରୂପେ ବିଶିଷ୍ଟ ପ୍ରବକ୍ତା ଶ୍ରୀପଦ ରାଜେନ୍ଦ୍ର ଦାସ ମହାରାଜ ଆଧ୍ୟାତ୍ମିକ ପ୍ରବଚନ ଦେଉଛନ୍ତି I ପ୍ରବଚନ ଶୁଣିବାକୁ ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗୁଥିବା ଦେଖିବାକୁ ମିଳିଛି I ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ବରିଷ୍ଠ ସାମ୍ବାଦିକ ସୁଯ୍ୟନାରାୟଣ ତ୍ରିପାଠୀ, ଶିବରାମ ଚୌଧୁରୀ ଯୋଗଦେଇଥିଲେ I ଅନୁଷ୍ଠାନ ସଭାପତି ସୁଶାନ୍ତ ମହାରଣା,ସଂପାଦକ ସନ୍ତୋଷ ନାୟକଙ୍କ ସମେତ ଗୋଲା ସାହି ସଭାପତି ସିଏଚ୍ ଶିବ ପ୍ରସାଦ ପାତ୍ର, କାଉନସିଲର୍ ଭାସ୍କର ପାତ୍ର, ଗୋଲା ସାହି ସଭ୍ୟ ବାୟା ପାତ୍ର, ପଞ୍ଚୁ ପାତ୍ର, ବଳରାମ ପାତ୍ର, ନବା ପାତ୍ର, ସୋମନାଥ ପାତ୍ର, ସୁମା ପାତ୍ର ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବା ବେଳେ ଗୋଲା ସାହି ବାସିନ୍ଦା କାର୍ଯ୍ୟକ୍ରମରେ ସହଯୋଗ କରୁଛନ୍ତି କାର୍ଯ୍ୟକ୍ରମରେ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା କରାଯାଇଛି I
Sign in
Sign in
Recover your password.
A password will be e-mailed to you.
Prev Post