ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଅଶାନ୍ତ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀ ବ୍ୟୋମକେଶ ନାୟକଙ୍କ ପୌରହିତ୍ୟରେ ସୋମବାର ବ୍ରହ୍ମପୁର ହିଲପାଟଣା ସ୍ଥିତ ସହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲରେ ପ୍ରବାସୀ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ପରିପ୍ରେକ୍ଷୀରେ ଜେଏମଏଫସି (ଏଲ ଆର ଏଣ୍ଡ ଏଲଟିଭି) ସୁଶ୍ରୀ ଅନ୍ଵେଷା ଦାସ, ସିଭିଲ ଜଜ ପ୍ରୋବେସନ ସୁଶ୍ରୀ ସ୍ମିତା ମହାପାତ୍ର,ସିଭିଲ ଜଜ ପ୍ରୋବେସନ ସୁଶ୍ରୀ ଶୁଭଲକ୍ଷ୍ମୀ ଦାସ,ଜିଲ୍ଲା ଶ୍ରମ ଅଧିକାରିଣୀ ଶୁଭଲକ୍ଷ୍ମୀ ବେହେରାଙ୍କ ସମେତ ବହୁ ଶ୍ରମିକ ଉପସ୍ଥିତ ରହିଥିଲେ l ତେଵେ କାର୍ଯ୍ୟକ୍ରମଟି ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବଙ୍କ ଦ୍ୱାରା ସଫଳ ରୂପେ ପରିଚାଳିତ ହୋଇଛି l
Sign in
Sign in
Recover your password.
A password will be e-mailed to you.