ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ : ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସିର ୧୦ ନଂ ୱାର୍ଡ ଅନ୍ତର୍ଗତ ନୂଆଗାଁ ମାଳି ସାହିର ରାସ୍ତା ନିର୍ମାଣ କରି ଚର୍ଚ୍ଚା ସାଉଁଟିଥିବା କାଉନସିଲର ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଙ୍କୁ ଆଜି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିବା ନେଇ ସୂଚନା ମିଳିଛି। ଶ୍ରୀ ପଟ୍ଟନାୟକ ବିଜୁ ଜନତା ଦଳର ଜଣେ ସକ୍ରିୟ କର୍ମୀ ସହ ବାଲିମେଳା ସହରର ୧ ନଂ ୱାର୍ଡ କାଉନସିଲର ହୋଇଥିବା ବେଳେ ସେ ବିଭିନ୍ନ ସମୟରେ ଜନ ମଙ୍ଗଳକାରୀ କାର୍ଯ୍ୟ କରି ଆସୁଛନ୍ତି। ଏଥି ମଧ୍ୟରେ ସେ ନୁଆଗାଁ ର ମାଳି ସାହି କୁ ଯାତାୟାତ କରିବା ନିମନ୍ତେ ରାସ୍ତା ଟିଏ ନଥିବା ଖବର ପାଇଥିଲେ। ସ୍ଥାନୀୟ ଲୋକେ ଏହି ରାସ୍ତା ସମସ୍ୟା ର ସମାଧାନ ନିମନ୍ତେ ଅନୁରୋଧ କରିଥିଲେ। ତେବେ ଗ୍ରାମର ସମସ୍ୟା କୁ ଦୂର କରିବାକୁ ଯାଇ ଶ୍ରୀ ପଟ୍ଟନାୟକ ନିଜସ୍ୱ ଉଦ୍ୟମ ଏବଂ ଖର୍ଚ୍ଚରେ ଉକ୍ତ ଅଞ୍ଚଳରେ ଏକ ମାଟି ରାସ୍ତା ନିର୍ମାଣ କରିଥିଲେ। ଯାହାଫଳରେ ଅଞ୍ଚଳବାସୀଙ୍କ ଯାତାୟାତରେ ଭୋଗୁଥିବା ସମସ୍ୟା ର କିଛି ଟା ସମାଧାନ ହୋଇଥିଲା। ଏହାକୁ ନେଇ ସୋମବାର ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶିତ ପରେ କାଉନସିଲର ଶ୍ରୀ ପଟ୍ଟନାୟକ ଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଥିଲା। ସ୍ଥାନୀୟ ଗ୍ରାମବାସୀ ମଧ୍ୟ ଶ୍ରୀ ପଟ୍ଟନାୟକ ଙ୍କ ଏଭଳି କାର୍ଯ୍ୟକୁ ବେଶ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ। ତେବେ ଏନେଇ ଆଜି ଶ୍ରୀ ପଟ୍ଟନାୟକ ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟରୁ ଫୋନ ଆସିବା ସହ ଉକ୍ତ ଗ୍ରାମର ରାସ୍ତା ନିର୍ମାଣ ବିଷୟ କୁ ନେଇ ତାଙ୍କ ସହ ଆଲୋଚନା କରିଥିବା ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି। ତେବେ ଶ୍ରୀ ପଟ୍ଟନାୟକ ବିଭିନ୍ନ ସମୟରେ ଏଭଳି ଜନ ମଙ୍ଗଳକାରୀ କାର୍ଯ୍ୟ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟରୁ ଫୋନ ଆସିବା ତାଙ୍କ ପାଇଁ ସୌଭାଗ୍ୟ ର କଥା ବୋଲି ସେ ପ୍ରକାଶ କରିଛନ୍ତି। ଏହାସହ ଏହି ରାସ୍ତା ନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ରୁ ଫୋନ ଆସିବା କଥା ପ୍ରକଟ ହେବା ପରେ ସ୍ଥାନୀୟ ଅଞ୍ଚଳବାସୀ ଙ୍କ ମନରେ ଗ୍ରାମକୁ ଖୁବଶୀଘ୍ର ଏକ ପକ୍କା ସଡକ ନିର୍ମାଣ ହେବା ନେଇ ଆଶା ସଂଚାର ହୋଇଛି।
Sign in
Sign in
Recover your password.
A password will be e-mailed to you.
Prev Post