ଓଡ଼ଗାଁ,୯।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଦାଲତରେ ପୈତୃକ ଜମି, ବାଡ଼ି ବିବାଦରୁ ଗତ ୩୦/୦୭/୨୦୨୨ ରିଖ ଅପରାହ୍ନରେ ଗୋଡିପଡା, ନୂଆ ଟାଙ୍ଗିସାହି ମରଣାନ୍ତକ ଆକ୍ରମଣ ଘଟଣାରେ ଆଜି ଅତିରିକ୍ତ ସହକାରୀ ଦୌରାଜଜ୍ ଜଷ୍ଟିସ୍ ଜନ୍ମେଜୟ ଦାଶ ଅନ୍ୟତମ ଫେରାର୍ ଅଭିଯୁକ୍ତ ମାଘବାନ ସାହୁକୁ ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ପ୍ରକାଶ ଥାଉକି ଗତ ୩୦.୦୭.୨୦୨୨ ରିଖ ଅପରାହ୍ନରେ ଏତଲାକାରିଣୀ କାଞ୍ଚନ ଦେଇ ଅଙ୍ଗନୱାଡିରେ ମିଟିଂ ଚାଲିଥିବା ବେଳେ ଶୁଣିବାକୁ ପାଇଲେ ପୈତୃକ ଜମି, ବାଡ଼ି କାରଣରୁ ତାଙ୍କ ଦେଢଶୁର ସୁରେନ୍ଦ୍ର ସାହୁ, ପୁତୁରା ମାଘବାନ ସାହୁ ଓ ଶରତ ଚନ୍ଦ୍ର ସାହୁ ସଂଘବଦ୍ଧ ହୋଇ ହାତରେ ଧଡ଼ା, ଲୁହା ଛଡ଼ ଓ ଶାବଳ ଭଳି ମାରଣାସ୍ତ୍ର ଧରି ତାଙ୍କ ସ୍ୱାମୀ ଆର୍ତ୍ତବନ୍ଧୁ ସାହୁଙ୍କୁ ମାଡ଼ ମାରି ଲହୁଲୁହାଣ କରି ପକାଇ ଦେଇ ଚାଲିଯାଇଛନ୍ତି ।ଖବରପାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ଏତଲାକାରିଣୀ ଦେଖିଲେ ଯେ, ତାଙ୍କ ସ୍ୱାମୀ ରକ୍ତାକ୍ତ ଅବସ୍ଥାରେ ତଳେ ଅଚେତ ହୋଇ ପଡିଛନ୍ତି । ତେଣୁ ସଙ୍ଗେସଙ୍ଗେ ତାଙ୍କ ସ୍ୱାମୀଙ୍କୁ ଶରଣକୁଳ ଡାକ୍ତରଖାନା ପରେ ନୟାଗଡ଼ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ଓ ଅବସ୍ଥା ଅଧିକ ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରେ ୩୧ ୦୭.୨୨ ରିଖରେ କାଞ୍ଚନ ଦେଇ ଶରଣକୁଳ ଥାନାରେ ଦେଇଥିବା ଅଭିଯୋଗ ଅନୁସାରେ ୯୭/୨୦୨୨ ରେ ପୋଲିସ୍ ଦଫା ୩୪୧, ୩୨୩, ୩୨୫, ୩୦୭, ଓ ୩୪ ରେ ପଞ୍ଜୀକରଣ କରି ତଦନ୍ତ ଆରମ୍ଭ କରିଥିଲେ। ଉକ୍ତ ମୋକଦ୍ଦମାକୁ ଅତିରିକ୍ତ ସହକାରୀ ଦୌରାଜଜ୍ ଜଷ୍ଟିସ୍ ଜନ୍ମେଜୟ ଦାଶ ୧୫ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଆସାମୀ ସୁରେନ୍ଦ୍ରନାଥ ସାହୁ, ଶରତ ଚନ୍ଦ୍ର ସାହୁଙ୍କୁ ଗତ ୧୬ ଜାନୁଆରୀରେ ୩ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିଲେ। କିନ୍ତୁ ଘଟଣାର ଅନ୍ୟତମ ଅଭିଯୁକ୍ତ ମାଘବାନ ସାହୁ ଫେରାର୍ ହୋଇଯାଇଥିଲେ। ଆଜି ଅନ୍ୟତମ ଅଭିଯୁକ୍ତ ମାଘବାନ ସାହୁ ଅଦାଲତଙ୍କ ନିକଟରେ ହାଜର ହେବା ପରେ ଅଦାଲତ ଉକ୍ତ ମାମଲାର ବିଚାର କରି ଅଭିଯୁକ୍ତ ମାଘବାନ ସାହୁକୁ ୩୨୩ ଦଫାରେ ୧ ବର୍ଷ, ୩୨୪ ଦଫାରେ ୨ ବର୍ଷ ସମୁଦାୟ ୩ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ମୋକଦ୍ଦମାକୁ ସରକାରୀ ଓକିଲ ବଟକୃଷ୍ଣ ମିଶ୍ର ପରିଚାଳନା କରୁଥିଲେ।
Sign in
Sign in
Recover your password.
A password will be e-mailed to you.