ସଡକ ସୁରକ୍ଷା ମାସ ଉଦଯାପନୀ ଦିବସ

2

ନୟାଗଡ଼ (ବିଶ୍ୱଜିତ୍ ନାୟକ ) :- ସଡକ ସୁରକ୍ଷା ମାସ୨୦୨୬ ଅବସରରେ ଜାନୁଆରୀ ୧ ଠାରୁ ୩୧ ତାରିଖ ପର୍ୟନ୍ତ ସଚେତନତା କରାଯାଉଇଥିବା ବେଳେ, ଆଜି ହେଉଛି ଉଦଯାପନୀ ଦିବସ । ଏହି ଅବସରରେ ନୟାଗଡ଼ ବ୍ଲକ ଅଞ୍ଚଳରେ, ନୟାଗଡ଼ ଆର ଟି ଓ ଏବଂ ସ୍ମାଇଲ ନୟାଗଡ଼ ସ୍ଵେଚ୍ଛାସେବୀ ଅନୁଷ୍ଠାନ ମିଳିତ ଉଦ୍ୟମରେ ପାଲା ମାଧ୍ୟମରେ ବିଭିନ୍ନ ପଂଚାୟତକୁ ଯାଇ ଜନସାଧାରଣଙ୍କୁ ସଚେତନ କରାଯାଇ ଥିଲା। ପାଲା ଗାୟକ ପଣ୍ଡିତ ସୁବାସ ଚନ୍ଦ୍ର ଗ୍ରହାଚାର୍ୟ , ବାୟକ ରଘୁ,ଅର୍ଜୁନ, କାଶୀ ଏବଂ ଟୁକୁଙ୍କୁ ନେଇ ଅତି ସୁନ୍ଦର ଭାବେ ପାଲା ପରିବେଷଣ କରିଥିଲେ।ଦୁଇ ଚକିଆ ଗାଡ଼ି ଚଳାଇବା ସମୟରେ ହେଲମେଟ ପିନ୍ଧିବା , ମୋବାଇଲରେ କଥା ନ ହେବା, ତିନିଜଣ ବସି ନଯିବା, ଟ୍ରାଫିକ ନିୟମ ମାନି ଚଳିବା,୧୮ ବର୍ଷରୁ କମ ପିଲାଙ୍କୁ ବାଇକ୍ ନଦେବା, ଏବଂ ଚାରିଚକିଆ ଜାନ ଚଳାଇବା ସମୟରେ ସିଟ ବେଲ୍ଟ ମାରିବା ପ୍ରଭୁତି ଉପରେ ସଚେତନ କାର୍ଯକ୍ରମ ମାଛିପଡ଼ା,ଲାଠିପଡା, ନୟାଗଡ଼ ବଜାର, ବୋଦାପଡ଼ା ପ୍ରଭୁତି ଗାଁ ଗାଁ ବୁଲି ସଚେତନ କରାଯାଇଥିଲେ ।

Leave A Reply

Your email address will not be published.