ରାଜଗାଙ୍ଗପୁର ରେ ସାଂସଦ କ୍ରୀଡା ମହୋତ୍ସବ ଉଦଯାପନ

5

ରାଜଗାଙ୍ଗପୁର 8/12/25(ବିଷ୍ଣୁ ଭୋମିକ) ଗତ ତିନି ଦିନି ଧରି ସ୍ଥାନୀୟ ଫୁଟବଲ ପଡିଆ ଠାରେ ସାଂସଦ କ୍ରୀଡା ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଥିଲା l ଏହି କ୍ରୀଡା ମହୋତ୍ସବ 2025କୁ ଅନୁଷ୍ଟିକ ଭାବେ ପୌର ପରିଷଦ ର ଅଧକ୍ଷା ମାଧୁରୀ ଲୁଗୁନ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସମ୍ମାନୀୟ ଅତିଥି ଭାବେ ସ୍ଥାନୀୟ ଡହସିଲଦାର ଜଗବନ୍ଧୁ ମଲ୍ଲିକ, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ଦଣ୍ଡ ସେନା ଉପନଗର ପାଳ ଏମଡି ଇଫାନ କ୍ରୀଡ଼ାବିତ ଶୋହେବ ଆଲାମ ପୂର୍ବତନ ପୌର ନଗରପାଳ ଅଶୋକ ଦାସ, ଜଫର ମୋବିନ ଅହମ୍ମଦ, କୁଲଦୀପ ସିଂ, ଅଶୋକ ସାହୁ, ସଂଜୀବ କୁମାର ବେହୁରା ଯୋଗ ଦେଇଥିଲେ l ଏହି ଉପାନ୍ତ ଅଞ୍ଚଳରେ ବହୁ କ୍ରୀଡ଼ାବିତ ମାନେ ଲୁକାୟତ ଭାବେ ରହି ଅଛନ୍ତି ତାଙ୍କ ମଧ୍ୟ୍ୟରେ ବହୁ ଯୁବ ପ୍ରତିଭାବାନ କ୍ରୀଡ଼ାବିତ ମାନଙ୍କୁ ଲୋକଲୋଚନ କୁ ଆଣିବା ଦେଶକୁ ଶକ୍ତି ଶାଳୀ କରିବା ପାଇଁ ଏହି ଅଭିନବ ପ୍ରୟାସ ର ମୁଖ୍ୟ ଉଦେଶ୍ୟ l ଏହି କ୍ରୀଡା ମହୋଉତ୍ସବ ରେ ଆଥଲେଟିକ୍ସ କବାଡି ଖୋଖୋ, ଫୁଟବଲ, କୁସ୍ତି, ଦୌଡ଼ି ଡିଆଁ ପୁଚି ଖେଳ ସହ ବିଭିନ୍ନ ପ୍ରର୍ଯ୍ୟାୟ ରେ ଯୁବକ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ l ଏହି ସାଂସଦ କ୍ରୀଡା ମହୋତ୍ସବ 2025କୁ ସାଂସଦ ପ୍ରତିନିଧି ତଥା ମହୋତ୍ସବର ସଂଯୋଜକ ସୁରେନ୍ଦ୍ର ନାଥ ଦେହୁରୀ ଉଦଯାପନ କାର୍ଯ୍ୟକ୍ରମ ରେ ଯୋଗ ଦେଇ ସାଂସଦ ମହୋତ୍ସବ ପଞ୍ଚାୟତ ସ୍ତର ରୁ ଆରମ୍ଭ କରାଯାଇ ପ୍ରର୍ଯାୟ କ୍ରମେ କରା ଯାଇ ଜିଲ୍ଲା ସ୍ତରୀୟ ଏହି ମହୋତ୍ସବ ଅନୁଷ୍ଠିତ କରା ଯାଇଛି ବୋଲି ମତ ବ୍ୟକ୍ତ କରିଥିଲେ

Leave A Reply

Your email address will not be published.