ଝାରବନ୍ଧରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର

3

 ଝାରବନ୍ଧ/ମନୋହର ଦାଶ :- ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ବରଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ଏକ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଯାଇଛି। ଏହି ଶିବିରର ଅଧ୍ୟକ୍ଷତା ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନା କରିଥିଲେ।
ଏହା ସହିତ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଲଲାଟ କୁମାର ଲୁହା, ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀମତୀ ସ୍ନେହା ଅରୁଗୁଲା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ କୁବେର ମହନ୍ତ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପାଣ୍ଡବ ଶବର, ଝାରବନ୍ଧ ତହସିଲଦାର ଅଲେଖ ଘୁଟା ଏବଂ ଝାରବନ୍ଧ ବ୍ଲକ ଉନ୍ନୟନ ଅଧିକାରୀ ପର୍ଶୁରାମ ପଣ୍ଡା ମଧ୍ୟ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଶୁଣିଥିଲେ।ଶିବିର ସମୟରେ ଚାଷୀଙ୍କ ଟୋକନ ସମସ୍ୟା, ଧାନ ଲିପିଟିଂ, ରାସ୍ତା କାର୍ଯ୍ୟ, ରାସନ କାର୍ଡ ସମସ୍ୟା, ପାନୀୟ ଜଳ, ବାର୍ଦ୍ଧକ୍ୟ ଭତ୍ତା, ଦୀର୍ଘଦିନ ଧରି ସମିତି ବୈଠକ ନ ହେବା, ସମିତି ଗ୍ରାଣ୍ଟ ବଣ୍ଟନରେ ପାତର ଅନ୍ତର, ମୁରୁମ କାମରେ ଅନିୟମିତତା ଓ ରୟତି ଜମିରୁ ଟ୍ରାନ୍ସଫରମର ସ୍ଥାନାନ୍ତରଣ ଭଳି ବିଭିନ୍ନ ଅଭିଯୋଗ ଉଠିଥିଲା। ମୋଟ ୧୦୧ ଅଭିଯୋଗ ରେକର୍ଡ ହୋଇଥିଲା, ଯାହା ମଧ୍ୟରୁ ୭୧ଟି ବ୍ୟକ୍ତିଗତ ଏବଂ ୩୦ଟି ଗୋଷ୍ଠୀଗତ ଅଭିଯୋଗ ଥିଲା। ସମସ୍ତ ଅଭିଯୋଗକୁ ଗୁରୁତ୍ୱ ସହ ଶୁଣି ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ସମ୍ବନ୍ଧିତ ବିଭାଗୀୟ ଅଧିକାରୀମାନଙ୍କୁ ସମାଧାନମୂଖୀ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.