୧୯ ବର୍ଷରୁ କମ୍‌ ଓଡ଼ିଶା ମହିଳା କ୍ରିକେଟ୍ ଦଳରେ ରାଜଗାଙ୍ଗପୁରର ସାଲୋନୀ

3

ରାଜଗାଙ୍ଗପୁର, ୭୧୨( ବିଷ୍ଣୁ ଭୋମିକ)ସର୍ବ ଭାରତୀୟସ୍ତରରେ ବିସିସିଆଇ ଦ୍ବାରା ହେବାକୁ ଥିବା ୩ ଦିନିକିଆ ୧୯ବର୍ଷରୁ କମ୍ ମହିଳା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ପାଇଁ ରାଜଗାଙ୍ଗପୁର ଝିଅ ସାଲୋନୀ କୁମାରୀ ରାମ ମନୋନୀତ ହୋଇଛନ୍ତି। ଏନେଇ ଓସିଏ ସିଇଓ ସୁବ୍ରତ କୁମାର ବେହେରା ସୂଚନା ଦେଇଛନ୍ତି।

ତ୍ରିବେନ୍ଦ୍ରମରେ ଆସନ୍ତା ୧୩ ତାରିଖରେ ଓଡ଼ିଶା ଏବଂ ଗୁଜରା ଜରାଟ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳା ଯିବ । ଆସନ୍ତା ୧୫ ଏବଂ ୧୭ରେ ଯଥାକ୍ରମେ ଆସାମ ଏବଂ ରାଜସ୍ଥାନ ସହ ଓଡ଼ି ଶାର ମ୍ୟାଚ୍ ରହିଛି। ଡାହାଣହାତୀ ଲେଗ ସ୍ପିନର ସାଲୋନୀ ଓଡ଼ିଶା ଦଳର ପ୍ରତିନିଧୁତ୍ବ କରୁଥିବା ଜଣାପଡ଼ିବା ପରେ ତାଙ୍କ ପରିବାର ବନ୍ଧୁବାନ୍ଧବଙ୍କ ବଙ୍କ ସହ ରାଜଗାଙ୍ଗପୁରର କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଛି। ସାଲୋନୀ ପୂର୍ବରୁ ମଧ୍ୟ ଅଣ୍ଡର-୧୫ ଓଡ଼ିଶା ମହିଳା କ୍ରିକେଟ୍ ଦଳ ପାଇଁ ପ୍ରତିନିଧୂତ୍ବ କରିସାରିଛନ୍ତି। ରାଜଗାଙ୍ଗପୁର ୱାର୍ଡ ନଂ ୧୯ ଇଦଗା ପଡ଼ାର ବାସିନ୍ଦା ହରିହର ରାମ ଓ ସରୋଜ ରାମଙ୍କ କନ୍ୟା ସାଲୋନୀ ବର୍ତ୍ତମାନ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟର ଯୁକ୍ତ୨ କଳା ଛାତ୍ରୀ। ରାଜଗାଙ୍ଗପୁର ଆଦର୍ଶ କ୍ରିକେଟ୍ ଏକାଡେମୀରୁ ପ୍ରଶିକ୍ଷଣ ନେବା ପରେ ବର୍ତ୍ତମାନ ସେ ସୁନ୍ଦରଗଡ଼ର ପ୍ରଭାତ ଭୋଳଙ୍କ ଠାରୁ ପ୍ରଶିକ୍ଷଣ ନେଉଛନ୍ତି। ଝିଅ ସାଲୋନୀର ଏହି ସଫଳତା ପାଇଁ ତାଙ୍କ ବାପା ହରିହର ରାମ ଆଦର୍ଶ କ୍ରିକେଟ୍ ଏକାଡେମୀର କୋଚ୍ ସଂଗ୍ରାମ କେଶରୀ ଦାସ, କିଶୋର କୁମାର, ସୁନ୍ଦରଗଡ଼ର ପ୍ରଭାତ ଭୋଳ, ଶରତ ମିଞ୍ଜ, ମଣ୍ଟୁ ସାରଙ୍କୁ ଶ୍ରେୟ ଦେଇଛନ୍ତି।

Leave A Reply

Your email address will not be published.