ବର୍ତ୍ତମାନ ସୁଦ୍ଧା ଭଞ୍ଜନଗର ବିଭିନ୍ନ ବ୍ୟାଙ୍କରେ ଥିବା ୬୬ ଟି ଆକାଉଣ୍ଟ ଉପରେ ପୋଲିସ୍ ର ନଜର

0 2
  • ଭଞ୍ଜନଗର ବିଭିନ୍ନ ବ୍ୟାଙ୍କ ର ୬୬ ଆକାଉଣ୍ଟ ଉପରେ କଡା ନଜର

  • ଥାନାକୁ ଡାକି ଯାଞ୍ଚ କରୁଛି ଭଞ୍ଜନଗର ପୋଲିସ୍

ଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଅନ୍‌ଲାଇନ୍ ଲୁଟ୍‌ର ଶିକାର ହୋଇ ଲୋକ ତ୍ରାହି ତ୍ରାହି ଡାକୁଥିବାବେଳେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସମେତ ଜିଲ୍ଲାର ସମସ୍ତ ଥାନା ଇଲାକାରେ ଥିବା ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ୍‌ ସାଇବର ଠକେଇରେ ସମ୍ପୃକ୍ତି ଥ‌ିବା ଜଣାପଡିଛି। କାହା ଆକାଉଣ୍ଟକୁ ୧୦ ଲକ୍ଷ ତ ଆଉ କାହା ଆକାଉଣ୍ଟ୍‌କୁ ୫୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଆସିଛି । ସାଇବର ଠକେଇର ଖିଅ ପାଇବା ପରେ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆନ ସାଇବର କ୍ରାଇମ ରିପୋଟିଂ ପୋର୍ଟାଲ (ଏନ୍‌ସିଆର୍‌ପି) ପକ୍ଷରୁ ଗଞ୍ଜାମ ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ଏହାର ଯାଞ୍ଚ ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି। ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର ଏହି ‘ଫ୍ରଡ୍ ଆକାଉଣ୍ଟ’ ସମ୍ପର୍କରେ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ହୋଇଥିବା ଯାଞ୍ଚବେଳେ ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ବିଭିନ୍ନ ବ୍ୟାଙ୍କରେ ୬୬ଟି ଆକାଉଣ୍ଟ ଥିବା ଜଣାପଡିଛି।

ଏହି ଫ୍ରଡ୍ ଆକାଉଣ୍ଟ ବା ଏହିକୁ ମୁଲ୍ ଆକାଉଣ୍ଟ ( Mule Account ) ବୋଲି କୁହାଯାଇଥାଏ। ଏହି ମୁଲ୍ ଆକାଉଣ୍ଟ ହେଉଛି ବିଭିନ୍ନ ବ୍ୟାଙ୍କରେ ଥିବା ଆକାଉଣ୍ଟ, ଯାହାଦ୍ୱାରା ଅବୈଧ ଭାବେ ପ୍ରାପ୍ତ ଧନରାଶି ନେଣଦେଣ ପାଇଁ ଉପଯୋଗ ହୁଏ। ଯଦ୍ୱାରା ଅର୍ଥରାଶିର ମୂଳ ଉତ୍ସକୁ ଲୁଚା ଯାଇପାରେ। ଏଭଳି ଆକାଉଣ୍ଟ ସାଧାରଣତଃ ଭୁଲ ପରିଚୟପତ୍ର ଦେଇ କିମ୍ବା ନିରୀହ ଲୋକଙ୍କୁ ପ୍ରଭାବିତ କରି ବ୍ୟାଙ୍କରେ ଖାତା ଖୋଲାଯାଇଥାଏ। ଭଞ୍ଜନଗର ଅଧୀନସ୍ତୁ ବିଭିନ୍ନ ବ୍ୟାଙ୍କରେ ଥିବା ଏପରି ୬୬ ଟି ଫ୍ରଡ୍ ଆକାଉଣ୍ଟ
ସମ୍ପର୍କରେ ପୁଲିସ ପକ୍ଷରୁ ତଦନ୍ତ ଦ୍ବାରା ବହୁ ତଥ୍ୟ ସମ୍ମୁଖକୁ ଆସିଛି। ଏନେଇ ଜିଲ୍ଲା ପୁଲିସ୍‌କୁ ନ୍ୟାସନାଲ୍ ସାଇବର କ୍ରାଇମ୍ ରିପୋର୍ଟି ପୋର୍ଟାଲ୍ ଆଧାରରେ ତାଲିକା ଆସିବା ପରେ ଭଞ୍ଜନଗର ଥାନା ପକ୍ଷରୁ ଜେରା ଆରମ୍ଭ ହୋଇଛି। ଯେଉଁମାନଙ୍କ ବ୍ୟାଙ୍କ ଆକାଉଣ୍ଟ ସାଇବର ଠକେଇର ବ୍ୟବହାର କରାଯାଇଛି, ସେମାନଙ୍କୁ ଥାନାକୁ ଡକାଇ ଅନୁସନ୍ଧାନ କରାଯାଉଛି। କେଉଁ ପରି ସ୍ଥିତି ରେ ଓ କିପରି ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି,ସେନେଇ ଯାଞ୍ଚ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ଆକାଉଣ୍ଟ ଯାଞ୍ଚ କରାଯାଇ ୧୨୭୦ ରେ ଏକ ମାମଲା ରୁଜୁ ହୋଇଛି। ଏସ୍‌ ଡି ପି ଓ ଡଃ ଦୀପକ କୁମାର ମିଶ୍ର ଏହାର ତଦନ୍ତ କରୁଥିବାବେଳେ ପ୍ରଥମେ ୧୦ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ଆରମ୍ଭ ହୋଇଛି । ଆଉ ବାକି ଆକାଉଣ୍ଟ ଗୁଡିକର ଯାଞ୍ଚ ଚାଲିଛି। ଯଦି ଠକେଇରେ ଭାଗିଦାରୀ ସ୍ଵଷ୍ଟ ହୁଏ ତେବେ ଅନ୍ୟମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ ବୋଲି ଥାନାଧିକାରୀ ଜୀବନାନନ୍ଦ ଜେନା କହିଛନ୍ତି । ଏସହିତ ନିଜ ଆକାଉଣ୍ଟ୍‌କୁ ନିଜେ ସୁରକ୍ଷିତ ଭାବେ ବ୍ୟବହାର କରନ୍ତୁ। କିଛି ଟଙ୍କା ଲୋଭରେ ପଡ଼ି ନିଜର ଆକାଉଣ୍ଟକୁ ଅନ୍ୟ ବ୍ୟକ୍ତିକୁ ବ୍ୟବହାର କରିବାକୁ ଦିଅନ୍ତୁ ନାହିଁ । ଯଦି ସେମାନେ କୌଣସି ଅପରାଧରେ ଏହି ଆକାଉଣ୍ଟର ସମ୍ପୃକ୍ତି ଥାଏ, ତେବେ ସେମାନଙ୍କ ବିରୋଧରେ ମଧ୍ଯ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନାଧିକାରୀ ଶ୍ରୀ ଜେନା ସତର୍କ କରାଇଛନ୍ତି ।

Leave A Reply

Your email address will not be published.