ସୁତୁମୁସର ଗ୍ରାମରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ; ତିନି ଅଭିଯୁକ୍ତ କୋର୍ଟଚାଲାଣ

0 2

 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- , ବେଲଗୁଣ୍ଠା ଥାନା ଅନ୍ତର୍ଗତ ସୁତୁମୁସର ଗ୍ରାମରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିବା ମାମଲାରେ ବେଲଗୁଣ୍ଠା ପୋଲିସ୍ ସେହି ଗ୍ରାମର ତିନି ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି I ସୂଚନା ପ୍ରକାରେ ସୁତୁମୁସର ଗ୍ରାମର ଯୁଗଳ ବିଷୋୟୀ (୩୨) ମଙ୍ଗଳବାର ଦିନ ଅପରାହ୍ଣ ତିନି ଘଣ୍ଟା ତିରିଶି ମିନିଟ୍ ସମୟରେ ଗୋଖାଦ୍ୟ କିଣିବା ପାଇଁ ବେଲଗୁଣ୍ଠା ଯାଉଥିବା ବେଳେ ସୁତୁମୁସର ଗ୍ରାମର ଟୁଟୁ ଦଳେଇ ଏବଂ ତାଙ୍କର ଦୁଇ ପୁଅ ବିନୋଦ ଦଳେଇ ଏବଂ ବିଘ୍ନ ଦଳେଇ ଯୁଗଳଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି କରିବା ସହିତ ତାଙ୍କୁ ମିଳିତ ଆକ୍ରମଣ କରିଥିଲେ I ସେମାନେ ତାଙ୍କ ମୁଣ୍ଡ,ଛାତି, ମୁହଁକୁ ଆଘାତ କରିବା ସହିତ ତଣ୍ଟିକୁ ମଧ୍ୟ ଚିପିଥିଲେ I ଏନେଇ ଯୁଗଳ ବେଲଗୁଣ୍ଠା ଥାନାରେ ଅଭିଯୋଗ କରିବା ପରେ ତାଙ୍କ ଏତାଲାକୁ ଭିତ୍ତିକରି ବେଲଗୁଣ୍ଠା ଥାନାରେ ୫୮୮/୨୫ ରେ ଏକ ମାମଲା ରୁଜୁ କରାଯିବା ସହିତ ରାତିରେ ଅଭିଯୁକ୍ତ ଟୁଟୁ, ବିନୋଦ ଏବଂ ବିଘ୍ନରକୁ ଗିରଫ କରାଯାଇଥିଲା I ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଲଗୁଣ୍ଠା ଥାନା ଅଧିକାରୀ ରେବତୀ ଶବର ସୁଚନା ଦେଇଛନ୍ତି I

Leave A Reply

Your email address will not be published.