ବାଲିକୁଦା ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନି ମେଳା ଅନୁଷ୍ଠିତ, ୨୫୦ ପ୍ରକଳ୍ପ ପ୍ରଦର୍ଶିତ

3

 

ବାଲିକୁଦା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ) : ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଇକୋ କ୍ଲବ ଆନୁକୂଲ୍ୟରେ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ପ୍ରକଳ୍ପ ମେଳା ଦଧିବାବନ ଜୀୟୁ ସରକାରୀ ଉଚ୍ଚ ବିଦ୍ୟାଳୟ, ଗରାମ-ଚ‌ଅଁରପୁର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନି କାର୍ଯ୍ୟକ୍ରମ ରେ ବିଜ୍ଞାନ କ୍ଲବ ସଂଯୋଜନା ମଣ୍ଡଳୀ ସଭାପତି ତଥା ବାଲିକୁଦା ମଣ୍ଡଳ ଶିକ୍ଷା ଅଧିକାରୀ , ବିଶ୍ୱମ୍ବର ମଲ୍ଲିକଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀର ବିଧାୟକ ସାରଦା ପ୍ରସାଦ ଜେନା, ସମ୍ମାନିତ ଅତିଥି ଭାବେ ବାଲିକୁଦା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପ୍ରିୟମ୍ବଦା ପଲାଉରୀ, ବାଲିକୁଦା ଜୋନ୍ ନଂ ୧ର ଜିଲ୍ଲାପରିଷଦ ସଭ୍ୟ ଡଲି ପଣ୍ଡା, ଗରାମ ପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀଧର ମଲ୍ଲିକୀ, ଗରାମ ପଞ୍ଚାୟତ ସମିତି ସଭ୍ୟ ରାକେଶ କୁମାର ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ବିଜ୍ଞାନ ପ୍ରଦର୍ଶନୀ ଉଦଘାଟନ କରିଥିଲେ। ଏହା ସହ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ରେ ବିଜ୍ଞାନ ବିଷୟବସ୍ତୁ ଆଧାରିତ ୨୫୦ରୁ ଉର୍ଦ୍ଧ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଅତିଥିମାନେ ବିଭିନ୍ନ ପ୍ରକଳ୍ପ ଓ ଏହାର ଉପାଦେୟ କାର୍ଯ୍ୟକାରିତା ବିଷୟରେ ଛାତ୍ରଛାତ୍ରୀ ଙ୍କ ଠାରୁ ଶୁଣିବା ସହ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମ ର ଉଦଯାପିତ ଦ୍ଵିତୀୟ ଅଧିବେଶନ କାର୍ଯ୍ୟକ୍ରମ ରେ ବିଇଓ ବିଶ୍ୱମ୍ବର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବାଲିକୁଦା ମଣ୍ଡଳ ଉର୍ନ୍ନୟନ ଅଧିକାରୀ ସାଗର କୁମାର ନନ୍ଦ, ମୁଖ୍ୟବକ୍ତା ଭାବେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜୀବନ କୁମାର ସାହୁ, ସମ୍ମାନିତ ଅତିଥିଭାବେ ବାଲିକୁଦା ମଣ୍ଡଳ ଶିକ୍ଷା ଅଧିକାରୀ ଝରଣା ମହାନ୍ତି, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ପାର୍ଥସାରଥୀ ଦାସ, ସୁରେଶ ଚନ୍ଦ୍ର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ଙ୍କ ଦ୍ଵାରା ପ୍ରଦର୍ଶିତ ପ୍ରକଳ୍ପ କୁ ଉଚ୍ଚ ପ୍ରଶଂସିତ କରିବା ସହ ଜୟ ବିଜ୍ଞାନ ଜୟ ଅନୁସନ୍ଧାନ ଉଦ୍ଦେଶ୍ୟ କୁ ସାଧିତ କରିବାକୁ ପରାମର୍ଶ ଦେଇଥିଲେ। ବ୍ଲକସ୍ତରରେ ୨୦ଟି ପ୍ରକଳ୍ପ ବିଚାରକ ଙ୍କ ଦ୍ଵାରା ମନୋନୀତ ହୋଇ ଜିଲ୍ଲାସ୍ତରୀୟ ରେ ଭାଗ ନେବାକୁ ବିବେଚିତ ହୋଇଛି। ଶିକ୍ଷକ ଶିବ ନାରାୟଣ ମିଶ୍ର ମଞ୍ଚ ସଂଯୋଜନା, ଦଧିବାବନ ଜୀୟୁ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ପ୍ରଳୟ ରଞ୍ଜନ ଭୂୟାଁ ମଞ୍ଚ ପରିଚାଳନା ଓ ଶିକ୍ଷକ ବିସ୍ମୟ କୁମାର ମଲ୍ଲ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ କୁ ବ୍ଲକ ର ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପରିଚାଳନା ରେ ସହଯୋଗ କରିଥିଲେ।

Leave A Reply

Your email address will not be published.