ଆସ୍କା ଏନ୍ଏସିର ୬ ଜଣିଆ ଟିମ୍ ଦ୍ବାରା ଓଡ଼ଗାଁ ଏନ୍ଏସିର ସ୍ବଚ୍ଛତା ସର୍ବେକ୍ଷଣ,

3

ଓଡ଼ଗାଁ ସ୍ବଚ୍ଛତାରେ ଶୀର୍ଷ ସ୍ଥାନ ଗ୍ରହଣ କରିବ: ସର୍ବେକ୍ଷଣ ଦଳ

ଓଡ଼ଗାଁ,୨୪।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ତଥା ଓଡ଼ଗାଁ ସହରର ସ୍ବଚ୍ଛତା ଓ ସୁନ୍ଦରତାକୁ ଅନୁଧ୍ୟାନ ପାଇଁ ସୋମବାର ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଗୋଟିଏ ୬ଜଣିଆ ଟିମ୍ ଓଡ଼ଗାଁ ପରିଦର୍ଶନ କରିଥିଲେ । ରାଜ୍ୟରେ ଆସିକା ସ୍ବଚ୍ଛ ସହର ଭାବରେ ଶିର୍ଷ ସ୍ଥାନରେ ରହିଥିବା ବେଳେ ଓଡ଼ଗାଁକୁ ସ୍ବଚ୍ଛ ରଖିବା ସହିତ ସହରକୁ ଅଧିକ ସରସ ସୁନ୍ଦର କରିବା ଓ ସ୍ବଚ୍ଛତା କାର୍ଯ୍ୟକ୍ରମକୁ ତ୍ବରାନ୍ବିତ ଆଗେଇ ନେବା ପାଇଁ ଆସିକା ଏନ୍ଏସିରୁ ଆସିଥିବା ୬ ଜଣିଆ ଟିମ୍ ଆଲୋଚନା ମାଧ୍ୟମରେ ଅନେକ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ । ଓଡ଼ଗାଁର ସମସ୍ତ ସଫେଇ କର୍ମଚାରୀ, ସ୍ବଚ୍ଛସାଥି ଓ ଅଫିସ୍ କର୍ମଚାରୀଙ୍କ ଗହଣରେ ଆଲୋଚନା କରାଯାଇ ଓଡ଼ଗାଁର ସ୍ବଚ୍ଛତା ବଜାୟୀ ରଖିବା ସହ ଏହାକୁ ଏକ ସବୁଜ ସୁନ୍ଦର ଓ ସୁସ୍ଥ ସହର ଭାବେ ଗଢି ତୋଳିବା ପାଇଁ ସଂକଳ୍ପ ନେଇଥିଲେ । ଆସିକା ବିଜ୍ଞାପିତ ଅଞ୍ଚଳ ତରଫରୁ ଆସିଥିବା ପ୍ରତିନିଧି ମଣ୍ଡଳୀ ଓଡ଼ଗାଁର ୱାର୍ଡ ମାନ ପରିଦର୍ଶନ କରିବା ସହ ଜନ ସାଧାରଣଙ୍କୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଓଡ଼ଗାଁ ତରଫରୁ ଯୋଗାଇ ଦିଆ ଯାଉଥିବା ମୌଳିକ ସୁବିଧା ବିଷୟ ପଚାରି ସନ୍ତୋଷ ବ୍ୟକ୍ତ କରିଥିଲେ । ସର୍ବୋପରି ଓଡ଼ଗାଁର ସ୍ବଚ୍ଛତା ଓ ସୁନ୍ଦରତାକୁ ଦେଖିଲେ ଏହା ସ୍ବଚ୍ଛ ସର୍ବେକ୍ଷଣରେ ଶ୍ରେଷ୍ଠ ସ୍ଥାନ ଗ୍ରହଣ କରିବ ବୋଲି ମତ ପ୍ରକାଶ କରିଥିଲେ । ଓଡ଼ଗାଁ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ନୀହାର ରଞ୍ଜନ ବେହେରାଙ୍କ ତତ୍ଵବଧାନରେ କାଯ୍ୟାଳୟ ଠାରେ ଅନୁଷ୍ଠିତ ବୈଠକରେ ସ୍ବଚ୍ଛତା ନିରୀକ୍ଷକ ବରଦା ପ୍ରସନ୍ନ ଦାସ, ସହକାରୀ ଯନ୍ତ୍ରୀ ଆଦିତ୍ୟ କୁମାର ଜେନା କନିଷ୍ଠ ଯନ୍ତ୍ରୀ ସତ୍ୟନାରାୟଣ ସାହୁଙ୍କ ସହିତ ସମସ୍ତ କର୍ମଚାରୀ ଯୋଗଦେଇ ଥିବା ବେଳେ ଆସିକା ପ୍ରତିନିଧି ମଣ୍ଡଳୀର ସାନିଟେସନ ଏକ୍ସପର୍ଟ ଦିପ୍ତିମୟୀ ସାହୁ, କନିଷ୍ଠ ଯନ୍ତ୍ରୀ ରଶ୍ମି ନାୟକ ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.