ଡିସେମ୍ବର ୧ରେ ଓଡ଼ଗାଁ ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ

3

ଓଡ଼ଗାଁ,୨୪।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୫ ଆସନ୍ତା ଡ଼ିସେମ୍ବର ୧ ତାରିଖରେ ଜନଶକ୍ତି ବିଦ୍ୟା ନିକେତନ ଦେଓଗାଁ ଭାଲିଆଡିହି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଛି । ଜବାହାରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟ ନନ୍ଦିଘୋର ଠାରେ ରାଷ୍ଟ୍ରୀୟ ଅଭିଯାନ ବିଷୟରେ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏବଂ ବାଲ ବୈଜ୍ଞାନିକମାନେ ମୁଖ୍ୟ ବିଷୟ ମାନଙ୍କ ମଧ୍ୟରେ ବିକଶିତ ଓ ଆତ୍ମନିର୍ଭରଶୀଳ ଭାରତ,ବୈଜ୍ଞାନିକ କୃଷି, ପରିବେଶ ସୁରକ୍ଷା ଓ କୃଷି, ବର୍ଯ୍ୟବସ୍ତୁର ପରିଚାଳନା ଓ ପ୍ଳାଟିକର ବିକଳ୍ପ,ସବୁଜ ଶକ୍ତି, ଉଦିୟକରଣ ପ୍ରଯୁକ୍ତି ବିଦ୍ୟା, ଆମୋଦ ପ୍ରିୟ ଗାଣେତିକ ମଡେଲିଙ୍ଗ,ସ୍ବାସ୍ଥ୍ୟ ଓ ସ୍ବାସ୍ଥ୍ୟ ରକ୍ଷା, ଜଳ ସଂରକ୍ଷଣ ଓ ପରିଚାଳନା ଭିତ୍ତିକ ପ୍ରକଳ୍ପ ଆଣିବା ନିମନ୍ତେ ପିଏମଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଓଡ଼ଗାଁ ମଣ୍ଡଳ ଶିକ୍ଷାଧିକାରୀ ପିଣ୍ଟୁ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଉକ୍ତ ବୈଠକରେ ଅତିରିକ୍ତ ବ୍ଳକ ଶିକ୍ଷାଧିକାରୀ ରାଜକିଶୋର ସାହୁ ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ଭକ୍ତ ରଞ୍ଜନ ମିଶ୍ର, ଓଡ଼ଗାଁ ପ୍ରାଥମିକ ଶିକ୍ଷକ ସଂଘ ସଭାପତି (ଏନପିଏସ୍) ନରେଶ ପାଣିଗ୍ରାହୀ, ଏକ୍ସ କ୍ୟାଡ଼ର ସଂଘର ସମ୍ପାଦକ ଜଗନ୍ନାଥ ବାରିକଙ୍କ ସହିତ ୧୫ ଆଞ୍ଚଳିକ ସାଧନକେନ୍ଦ୍ରର ସଞ୍ଜୋଜକ ୧୪ ଜଣ ସିଆରସିସି ଏବଂ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଗୌଡପୁଟ ସାଧନକେନ୍ଦ୍ର ସଂଯୋଜକ ଶ୍ରୀଧର ପରିଡ଼ା କାର୍ଯ୍ୟକ୍ରମକୁ ସଞ୍ଜୋଜନା କରିଥିଲେ।

Leave A Reply

Your email address will not be published.