ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ୪୧ତମ ବାର୍ଷକ କ୍ରୀଡ଼ା ସମାରୋହ ଉଦ୍‌ଘାଟିତ ।

3

ପଦ୍ମପୁର- ସ୍ଥାନୀୟ ଆର୍.ବି. ହାଇ ସ୍କୁଲ ପଡ଼ିଆରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ୪୧ତମ ବାର୍ଷକ କ୍ରୀଡ଼ା ସମାରୋହ ଉଦ୍‌ଘାଟିତ ହୋଇଯାଇଛି l ଏହି ଅବସରରେ ପ୍ରାରମ୍ଭରେ କଲେଜ ରୋଡ଼ ସ୍ଥିତ କାଳୀ ମନ୍ଦିରରୁ ପୂଜାର୍ଚ୍ଚନା କରି ମଶାଳ ଅଣାଯାଇ ଥିଲା l ସଭାପତି ଶ୍ରୀଯୁକ୍ତ ପୃଥ୍ବୀରାଜ ସାହୁଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭା ରେ ରାଜବୋଡାସମ୍ବର ସହକାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ମେନକା ମେହେର ଯୋଗ ଦେଇ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ୪୧ତମ ବାର୍ଷିକ କ୍ରୀଡ଼ା ସମାରୋହକୁ ଉଦ୍‌ଘାଟନ କରିବା ସହ ଧ୍ବଜାରୋହଣ କରି ମନୋବଳ ଦୃଢ ହେଲେ ସଫଳତା କେବେ ଅଟକାଇ ପାରିବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିବା ସହ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଖେଳୁଆର ମନୋଭାବକୁ ଜାଗ୍ରତ କରିବାର ମାର୍ଗଦର୍ଶନ କରିଥିଲେ l ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ଅତିଥିି ପରିଚୟ ପ୍ରଦାନ ସହ ସ୍ବାଗତ ଭାଷଣ ଦେଇଥିଲେ । ସ୍ୱାଗତ ସଂଗୀତ ଗାନ ପରେ ଜ୍ୟୋତି ପ୍ରବେଶ କରିଥିଲା l ଛାତ୍ରଛାତ୍ରୀ ମାନଙ୍କ ଶପଥ ପାଠ ପରେ ବ୍ୟାୟାମ ଯୋଗର ପ୍ରଦର୍ଶନ କରାଯାଇ ଥିଲା l ଅତିଥି ପ୍ରଦ ର୍ଶନ ଖେଳରେ କିଶୋର ବର୍ଗର ଭଉଣୀ ମାନଙ୍କ ୪୦୦ମି. ଦୌଡ଼ ପ୍ରତିଯୋଗିତା କରାଯାଇଥିଲା ।ଉପ ସଭାପତି ଶ୍ରୀଯୁକ୍ତ ଗୋପାଳ କୃଷ୍ଣ ମିଶ୍ର,ଯୁଗ୍ମ ସମ୍ପାଦକ ଡ. ଟିକେଶ୍ୱର ନାଏକ ଓ ମାତୃ ମଣ୍ଡଳୀର ସଦସ୍ୟାବୃନ୍ଦ ଉପସ୍ଥିତ ଥିବା ବେଳେ ସମ୍ପାଦକ ଶ୍ରୀଯୁକ୍ତ ଜନକ୍ ଲାଲ୍ ମେହେର ଧନ୍ୟବାଦ ଅର୍ପଣ କରିଥିଲେ l ସମସ୍ତଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା ll

Leave A Reply

Your email address will not be published.