ବିଦ୍ୟାଳୟ ପରିସର ରେ ଉତ୍ତେଜନା ମଦ୍ୟପ ପ୍ରଧାନ ଶିକ୍ଷକ ଙ୍କୁ ପଲିସ ର ମାଦକ ଯନ୍ତ୍ର ଦ୍ୱାରା ଯାଞ୍ଚ ।

3

ଯାଞ୍ଚ ରେ ଅତ୍ୟଧିକ ମଦ୍ୟପାନ ସଂକେତ, ପଚାରିବାରୁ ଅଜବ ଯୁକ୍ତି।


ରାୟଗଡା ରୁ ବୈକୁଣ୍ଠ ଦୁରିଆ – ଉଚ୍ଚ ବିଦ୍ୟାଳୟ କାର୍ଯ୍ୟଳୟ -କାର୍ଯ୍ୟଳୟ ଭିତରେ ପଲିସ । ନିଶାସକ୍ତ ଅବସ୍ଥା ରେ ଥିବା ପ୍ରଧାନ ଶିକ୍ଷକ ଙ୍କୁ ବିଭାଗୀୟ WEO ଙ୍କ ଉପସ୍ଥିତି ରେ କରାଯାଉଛି ମାଦକ ଯନ୍ତ୍ର ଦ୍ୱାରା ଯାଞ୍ଚ । ଯାଞ୍ଚ ରେ ମାତ୍ରାଧିକ ମଦ୍ୟପାନ ର ସଂକେତ(347/100ml)  l  
ଏସମ୍ପର୍କରେ ପ୍ରଧାନ ଶିକ୍ଷକ ଙ୍କୁ ପ୍ରଶ୍ନ କରିବାରୁ ପ୍ରଧାନ ଶିକ୍ଷକ ପ୍ରହଲ୍ଲାଦ ମାଝୀ ଙ୍କ ଅଜବ ଯୁକ୍ତି। ପଲିସ କୁ ଡାକିଚ ଏବଂ ମଦ ମାଗିବାକୁ ଆସିଛ । ଏଭଳି ଘଟଣା ଟି ଘଟିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ବୁଡ଼ାଗୁଡା ସେବାଶ୍ରମ ଉଚ୍ଚ ବିଦ୍ୟାଳୟରେ 1 ବିଦ୍ୟାଳୟ ର ଅବ୍ୟବସ୍ଥା ,ବିଦ୍ୟାଳୟ କାର୍ଯ୍ୟ ସମୟ ରେ ମଦ ପି ପଡିରହିବା, ବିଦ୍ୟାଳୟ MDM ଦାଇତ୍ୱ ରେ ଥିବା SHG ଗ୍ରୁପ ମା ଙ୍କ ୧୧ ମାସ ର ବେକୟା ଅର୍ଥ ନଦେବା ସହ ମାଗିଲେ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିବା ଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି ସ୍ଥାନୀୟ SHG ଗ୍ରୁପ ସଦସ୍ୟ।

କାର୍ଯ୍ୟ ରେ ଅବହେଳା ଏବଂ ମଧ୍ୟାନ ଭଜନ ରେ ହେରଫେର,କାର୍ୟ୍ଯ ସମୟ ରେ ମଦ୍ୟପାନ ଭଳି ଅଭଯୋଗ ରେ ଦୁଇମାସ ପୂର୍ବରୁ ତାଙ୍କୁ ସେଇ ସ୍କୁଲ ରେ ଅନ୍ୟତ୍ର ବିଦ୍ୟାଳୟ ସ୍ଥାନାନ୍ତର କରାଯାଇଥିଲା କିନ୍ତୁ ଉଚ୍ଚ ନ୍ୟାୟାଳୟ ରୁ ସ୍ଥଗିତଆଦେଶ ଆଣି ପୁନଃ ସେଇ ସ୍କୁଲ ରେ ଜୈନ କରିଥିଲେ ପ୍ରଧାନ ଶିକ୍ଷକ।

Leave A Reply

Your email address will not be published.